Tue. Dec 24th, 2024

ଏହି ସର୍ତ୍ତ ରଖି ହ୍ୱାଇଟ୍ ହାଉସ୍ ଛାଡ଼ିବାକୁ ରାଜି ହେଲେ ଡ଼ୋନାଲ୍ଡ ଟ୍ରମ୍ପ

By amfnews Nov 27, 2020 #Featured
168 Views

ଦିଲ୍ଲୀ,ନଭେମ୍ବର 27 : ଆମେରିକା ନିର୍ବାଚନ ପର ଠାରୁ ଟ୍ରମ୍ପଙ୍କ ମୁଣ୍ଡ କାମ କରୁନି ସେଥିଲାଗି ନିର୍ବାଚନ ହାରିବା ପରେ ମଧ୍ୟ ନିଜ ପଦ ଛାଡ଼ିବାକୁ ଟ୍ରମ୍ପ ରାଜି ନାହାନ୍ତି ।  ଯାହାଫଳରେ ନିର୍ବାଚନରେ ଅନିୟମିତତା ହୋଇଥିବା କଥାକୁ ସେ ପୁଣିଥରେ ଦୋହରାଇଛନ୍ତି । ‘ଥ୍ୟାଙ୍କ୍‌ସ ଗିଭିଙ୍ଗ ଡେ’ରେ ଟ୍ରମ୍ପ ତାଙ୍କ ଭାଷଣରେ କହିଛନ୍ତି କି ଯଦି ବାଇଡେନଙ୍କୁ ବିଜେତା ଘୋଷଣା କରାଯିବ, ତେବେ ଏଠାରେ ‘ଇଲେକ୍ଟ୍ରୋରଲ କଲେଜ’ ପାଇଁ ଏକ ବଡ ଭୁଲ ହେବ ।

ଗୁରୁବାର ଟ୍ରମ୍ପଙ୍କୁ ହ୍ବାଇଟ ହାଉସରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଯଦି ଇଲେକ୍ଟ୍ରୋରାଲ କଲେଜରେ ବାଇଡେନଙ୍କୁ ବିଜେତା ଘୋଷଣା କରାଯିବ ତେବେ ଆପଣ କଣ କରିବେ । ଏହାର ଜବାବରେ ଟ୍ରମ୍ପ କହିଥିଲେ କି ପରାଜୟକୁ ସ୍ବିକାର କରିବା ମୋ ପକ୍ଷରେ ସହଜ ହେବନି । ହ୍ବାଇଟ ହାଉସ ଛାଡିବା ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି କି ମୁଁ ନିଶ୍ଚିତ ଭାବରେ ହ୍ବାଇଟ ହାଉସ ଛାଡିବି, ଏହା ଆପଣଙ୍କୁ ମଧ୍ୟ ଜଣାଅଛି । ହ୍ବାଇଟ ହାଉସରେ ତାଙ୍କର ଶେଷ ଧନ୍ୟବାଦ ଯୋଜନା ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ପ୍ରଥମ କଣ ଆଉ ଶେଷ କଣ ତାହା ଆପଣ କହିପାରିବେ ନାହିଁ । ସେ କହିଛନ୍ତି ଯେ ଏହା ମଧ୍ୟ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ (ଧନ୍ୟବାଦ) ହୋଇପାରେ ।

ଏଥି ସହିତ ଟ୍ରମ୍ପ ଜର୍ଜିଆର ଦୁଇଟି ସିନେଟ ଆସନ ପାଇଁ ଉପ-ନିର୍ବାଚନ ପାଇଁ ରାଲି କରିବା ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ରିପବ୍ଲିକାନ୍ ପ୍ରାର୍ଥୀ ସିନେଟର ଡେଭିଡ ପେର୍ଡୁ ଏବଂ ସିନେଟର କେଲି ଲୋଫଲେଙ୍କ ପାଇଁ ହଜାର ହଜାର ସମର୍ଥକଙ୍କ ସହ ସେ କାଲି ଜର୍ଜିଆରେ ରାଲି କରିବେ। ଜାନୁୟାରୀ ୫ ରେ ଏଠାରେ ହେବାକୁ ଥିବା ଉପ-ନିର୍ବାଚନ ପରେ ହିଁ ଜର୍ଜିଆ କେଉଁ ଦଳକୁ ଯାଉଛି ତାହା ସ୍ପଷ୍ଟ ହେବ ।

By amfnews

Related Post