152 Views
ମୁମ୍ବାଇ ,୨୮/୧୦: ସବୁ କଳାକାରଙ୍କର ନିଜ ନିଜର ବ୍ୟକ୍ତିଗତ ରାଜ୍ ରହିଥାଏ । ଯେତେବେଳେ ଏହାର ଖୁଲାସା କରାଯାଏ ସେ ସମୟରେ ସେହି ଖବରକୁ ନେଇ ଅନେକ ଲୋକ ଅନେକ ଚର୍ଚ୍ଚା କରିଥାନ୍ତି । ସେଭଳି କିଛି ଏବେ ବଲିଉଡ୍ର ବାଜିରାଓ ରଣବୀର ସିଂହଙ୍କ ସହ ଘଟିଛି । ସେ ନିଜ ସହ ଜଡ଼ିତ ଏକ ରାଜ୍ର ଖୁଲାସା ‘କଫି ଉଇଥ୍ କରନ୍’ ସୋ’ରେ କରିବା ପରେ ତାଙ୍କ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ସମୟରେ ରଣବୀର କରନ୍ ଜୋହରଙ୍କ ପୋଷାକ ପିନ୍ଧିଥାନ୍ତି ବୋଲି ସେ କହିଛନ୍ତି ।
କରନ୍ ଯାହା ନ ପିନ୍ଧନ୍ତି ସେ ସବୁ ପୋଷାକ ସେ ରଣବୀରଙ୍କୁ ଦେଇ ଦିଅନ୍ତି, ଯାହାକୁ ଖୁବ୍ ଖୁସିରେ ଗ୍ରହଣ କରିବା ସହ ପିନ୍ଧିଥାନ୍ତି ରଣବୀର । ଏହି କଥାଟି ସମସ୍ତଙ୍କ ପାଇଁ ବିଶ୍ୱାସ କରିବା ସମ୍ଭବ ହୋଇ ନଥିବା ବେଳେ ନିଜେ ରଣବୀର ଏ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ସେ କହିଥିଲେ, ‘କରନ୍ ବିଦେଶ ଗସ୍ତରେ ଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ପୋଷାକ କିଣିଥାନ୍ତି । କିନ୍ତୁ ପରେ ସେ ତାହାକୁ ପିନ୍ଧି ପାରିବେ ନାହିଁ ବୋଲି ଜାଣି ମୋତେ ଦେଇ ଦେଇଥାନ୍ତି । ମୁଁ ଖୁସିରେ ସେସବୁ ଗ୍ରହଣ କରିଥାଏ। ଥରେ ସେ ମୋତେ ଏକ ଟ୍ରାକ୍ ପ୍ୟାଣ୍ଟ ଦେଇଥିଲେ, ଯାହାର ମୁଲ୍ୟ ଥିଲା ସାଢ଼େ ତିନି ଲକ୍ଷ ରହିଥିଲା।’