Sat. Mar 7th, 2026

ଏହି ମୁସଲମାନବହୁଳ ରାଷ୍ଟ୍ରର ୨୦ହଜାର ଟଙ୍କିଆ ନୋଟ୍‌ରେ ରହିଛି ଭଗବାନ୍‌ ଗଣେଶଙ୍କର ଫଟୋ

455 Views

ଭାରତୀୟ ସଂସ୍କୃତି ଓ ଇତିହାସ କେବଳ ଭାରତରେ ନୁହେଁ ବରଂ ଏହା ବିଦେଶରେ ମଧ୍ୟ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ଏପରିକି ମୁସଲମାନ ବହୁଳ ରାଷ୍ଟ୍ରମାନଙ୍କରେ ମଧ୍ୟ ଏହା କିଛି କମ୍‌ ଲୋକପ୍ରିୟ ନୁହେଁ। ପୂର୍ବ ଏସୀୟ ଦେଶମାନଙ୍କ ଭିତରେ ଇଣ୍ଡୋନେସିଆ ହେଉଛି ଏକ ମୁସଲମାନବହୁଳ ଦେଶ। ଏହି ଦେଶର ମୁଦ୍ରାର ନାଆଁ ହେଲା ରୁପେୟା।

ଆପଣ ଜାଣି ବିସ୍ମିତ ହେବେ ଯେ ଇଣ୍ଡୋନେସିଆରେ ପ୍ରଚଳିତ ୨୦ହଜାର ଟଙ୍କିଆ ନୋଟ୍‌ରେ ଭଗବାନ୍‌ ଗଣେଶଙ୍କର ଫଟୋ ଅଛି। ପ୍ରକୃତ କଥା ହେଉଛି ଯେ ଇଣ୍ଡୋନେସିଆରେ ଭଗବାନ ଗଣେଶଙ୍କୁ ଶିକ୍ଷା,କଳା ଓ ବିଜ୍ଞାନର ଦେବତା ବୋଲି ବିବେଚନା କରାଯାଏ। ସେହି ନୋଟ୍‌ର ସାମ୍‌ନାରେ ଭଗବାନ ଗଣେଶଙ୍କର ଫଟୋ ଚିତ୍ର ଓ ପଛରେ କ୍ଲାସରୁମ୍‌ର ଚିତ୍ର ରହିଛି। ଏଥିରେ ଶିକ୍ଷକ ଓ ଛାତ୍ରମାନେ ମଧ୍ୟ ଅଛନ୍ତି।

ଏହି ନୋଟ୍‌ରେ ଇଣ୍ଡୋନେସିଆର ପ୍ରଥମ ଶିକ୍ଷାମନ୍ତ୍ରୀ ହଜର ଦୈବାଂତ୍ରାଙ୍କ ଫଟୋ ମଧ୍ୟ ରହିଛି। ଦୈବାଂତ୍ରା ଥିଲେ ଇଣ୍ଡୋନେସିଆର ସ୍ୱାଧୀନତାର ମହାନାୟକ। କୁହାଯାଏ ଯେ କିଛି ବର୍ଷତଳେ ଇଣ୍ଡୋନେସିଆର ଅର୍ଥବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିଲା। ସେଠାକାର ରାଷ୍ଟ୍ରଚିନ୍ତକମାନେ ବିଚାରବିମର୍ଶ କରିବାପରେ ୨୦ହଜାର ଟଙ୍କାର ଏହି ନୋଟ୍‌ର ପ୍ରଚଳନ କରିଥିଲେ ଯେଉଁଥିରେ ଭଗବାନ ଗଣେଶଙ୍କର ଫଟୋ ସ୍ଥାନିତ ହୋଇଥିଲା।

By amfnews

Related Post