Thu. Nov 21st, 2024

ଏହି କାରଣ ପାଇଁ ନିଜ ଭାବିପତ୍ନୀ ଗିନ୍ନୀଙ୍କ ସହ ସବୁ ସଂପର୍କ ଭାଙ୍ଗି ଦେଇଥିଲେ କପିଲ, ବିବାହ ପୂର୍ବରୁ ଜଣାଇଲେ କାରଣ

By amfnews Nov 28, 2018 #Featured
122 Views

ମୁମ୍ବାଇ, ନଭେମ୍ବର ୨୮: ଦୀପ୍‌-ବୀରଙ୍କ ପରେ ପ୍ରିୟଙ୍କା-ନିକ୍‌ ବିବାହ କରିବାକୁ ଯାଉଥିବା ବେଳେ ତାଙ୍କ ପରେ ଭାରତର ନମ୍ବର ଓ୍ଵାନ୍‌ ହାସ୍ୟ ଅଭିନେତା କପିଲ ଶର୍ମା ବିବାହ ବନ୍ଧନରେ ବାନ୍ଧି ହେବେ । ସେ ନିଜ ପ୍ରେମିକା ଗିନ୍ନୀଙ୍କ ସହ ଡ଼ିସେମ୍ବର ୧୨ରେ ଜଲନ୍ଧରରେ ବିବାହ କରିବେ । ଡ଼ିସେମ୍ବର ୧୦ରେ ଜାଗରଣ ହେବାକୁ ଥିବା ବେଳେ ଡ଼ିସେମ୍ବର ୧୪ରେ ବିବାହର ଭୋଜି ରଖାଯାଇଥିବା ଜଣା ପଡ଼ିଛି । ତେବେ ବିବାହ ପୂର୍ବରୁ କପିଲ ଗିନ୍ନୀଙ୍କ ସହ ଥିବା ପ୍ରେମ ସଂପର୍କ ବିଷୟରେ ଜଣାଇଛନ୍ତି । ଦୁହିଁଙ୍କ ସଂପର୍କ କ’ଣ ପାଇଁ ଭାଙ୍ଗି ଯାଇଥିଲା, ସେ ବିଷୟରେ ମଧ୍ୟ ଜଣାଇଛନ୍ତି କପିଲ ।

ତାଙ୍କ କହିବା ଅନୁଯାୟୀ, ଗିନ୍ନୀଙ୍କୁ ଯେତେବେଳେ ୧୯ବର୍ଷ ହୋଇଥିଲା ସେବେଠାରୁ ମୁଁ ତାଙ୍କୁ ଜାଣିଛି । ମୁଁ ୨୪ବର୍ଷର ହୋଇଥିବା ବେଳେ ତାଙ୍କ କଲେଜକୁ ମୁଁ ଅଡ଼ିସନ ନେବା ପାଇଁ ଯାଇଥିଲି । ଯେଉଁ ସମୟରେ ତାଙ୍କର ମୋ ସହ ଦେଖା ହୋଇ ଯାଇଥିଲା । ଗିନ୍ନୀ ମୋତେ ପ୍ରଥମ ଦେଖାରେ ଭଲ ପାଇ ବସିଥିବା ବେଳେ ମୋତେ ସମୟ ଲାଗିଥିଲା । ପରେ ଦୁହେଁ ପ୍ରେମ ସଂପର୍କକୁ ଆସିବା ପରେ ମୁଁ ମୁମ୍ବାଇରେ ଅନେକ ଅଡ଼ିସନ ନେଇ ନିରାଶ ହେଉଥିବାରୁ ଗିନ୍ନୀଙ୍କୁ କଲ୍‌ କରି ମୋତେ କେବେ କଲ୍‌ କରିବ ନାହିଁ ବୋଲି କହି ଦେଇଥିଲି । ଯାହା ପରେ ଆମେ କଥା ହେବା ବନ୍ଦ କରି ଦେଇଥିଲୁ ।

କିଛି ଦିନ ପରେ ମୋତେ ସୋ’ ମିଳିବାରୁ ମୋ ମା’ ବିବାହ ପ୍ରସ୍ତାବ ନେଇ ଗିନ୍ନୀଙ୍କ ଘରକୁ ଯାଇଥିଲେ । କିନ୍ତୁ ଗିନ୍ନୀଙ୍କ ବାପା ବିବାହ ପାଇଁ ମନା କରି ଦେଇଥିଲେ । ଯାହା ପରେ ମୁଁ ସେପଟେ ଧ୍ୟାନ ନ ଦେଇ ମୋ କାମରେ ବ୍ୟସ୍ତ ହୋଇଗଲି । କିନ୍ତୁ ଆମ ଦୁହିଁଙ୍କୁ ସାଥୀରେ ରହିବାର ଥିଲା । ଯାହା ପାଇଁ ଶେଷର ଆମେ ଏକାଠି ହେଲୁ ବୋଲି କପିଲ ଜଣାଇଥିଲେ ।

By amfnews

Related Post