Mon. Jun 9th, 2025

ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠି ସପରିବାର ପୂଜା ପାଆନ୍ତି ଗଣେଶ ଭଗବାନ

By amfnews Jan 2, 2019 #Featured
382 Views

  ଭଗବାନଙ୍କ ପୂରା ପରିବାରକୁ ଜାଣନ୍ତି କି? ଗଣେଶ ମନ୍ଦିରେ ଆଉ କାହାକୁ କେବେ ପୂଜା ହେବାର ଦେଖିଛନ୍ତି? ଆଦ୍ୟ ପୂଜ୍ୟ ଗଣେଶ ଭଗବାନଙ୍କ ମନ୍ଦିର ଦେଶର ଅନେକ ସ୍ଥାନରେ ରହିଛି। ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧିଙ୍କ ସହ ବି ଅନେକ ସ୍ଥାନରେ ତାଙ୍କର ପ୍ରତିମା ଦେଖିବାକୁ ମିଳିଛି। ମାତ୍ର ଗୁଜୁରାଟରେ ଏକ ଏପରି ମନ୍ଦିର ରହିଛି ଯେଉଁଠାରେ ତାଙ୍କର ପୂରା ପରିବାର ଅଛନ୍ତି। କେବଳ ନାହାନ୍ତି, ପୂଜା ବି ହଉଛନ୍ତି। ଗଣେଶଙ୍କ ପରିବାର କହିଲେ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧି, ଝିଅ ସନ୍ତୋଷୀ, ଦୁଇ ପୁଅ ଶୁଭ-ଲାଭ, ଦୁଇ ନାତି କ୍ଷେମ ଏବଂ କୁଶଲ।

ଆପଣ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଗୁଜୁରାଟର ବନାଶକାଂଟ ଜିଲ୍ଲାରେ ଅମ୍ବାଜୀ ତୀର୍ଥ ଅଛି। ଏଠାରେ ମାଆ ଅମ୍ବାଙ୍କ ଭବ୍ୟ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିର ପରିସରରେ ସହ କୁଟୁମ୍ବ ସିଦ୍ଧି ବିନାୟକ ମନ୍ଦିର ରହିଛି। ଏଠାରେ ଗଣେଶଜୀ ନିଜର ପୂରା ପରିବାର ସହ ବିରାଜମାନ। ମନ୍ଦିରର ପୂଜାରୀ ମୁକେଶ ଭାଇଙ୍କ କହିବା ଅନୁଯାୟୀ, ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠାରେ ଗଣେଶ ଭଗବାନଙ୍କ ପୂରା କୁଟୁମ୍ବ ପୂଜା ପାଉଛନ୍ତି।

By amfnews

Related Post