Tue. Dec 24th, 2024

ଏସ୍‌ସିବିରେ ୨ ‘କରୋନା’ ସନ୍ଦିଗ୍ଧ

By amfnews Feb 3, 2020 #Featured
140 Views

କଟକ:  କାୟା ମେଲାଉଛି ‘କରୋନା’ । ଭାରତରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ କରୋନା ପରି ଲକ୍ଷଣ ଦେଖାଯିବାରୁ ଏସ୍‌ସିବିରେ ୨ ଜଣ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ନମୁନା ପରୀକ୍ଷା ପାଇଁ ଲାବୋରୋଟାରିକୁ ପଠା ଯାଇଥିବା ବେଳେ ଆଜି ଆଉ ଜଣକର ନମୁନା ପଠାଯିବ ବୋଲି ଜଣାପଡ଼ିଛି ।

ରାଜ୍ୟରୁ ସମୁଦାୟ ୫ ଜଣଙ୍କ ନମୁନା ପୁଣେ ଭାଇରଲୋଜି ଲ୍ୟାବକୁ ପଠାଯାଇଥିଲା । ୫ଟି ନମୁନାରୁ ୪ଟି ରିପୋର୍ଟ ନେଗେଟିଭ ଆସିଥିବା ଡିଏମ୍ଇଟି ସୂଚନା ଦେଇଛନ୍ତି। ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଏଯାଏଁ ଆସିନାହିଁ । ସେ ଚୀନ୍‌ରେ ପଢୁଥିଲେ। ତେଣୁ ଚୀନ ଫେରନ୍ତା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି।

ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ଭୂତାଣୁକୁ ନେଇ ଆଡଭାଇଜରି ଜାରି ହୋଇଛି। ଓଡ଼ିଶା ଆସିଥିବା ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସରକାର ଆଡଭାଇଜରି ଜାରି କରିଛନ୍ତି। ତା’ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଏହି ୪ଟି ସ୍ଥାନରୁ ଆସିଥିବା ଲୋକଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୂଚନା ଦେବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

By amfnews

Related Post