169 Views
ଇଣ୍ଡୋନେସିଆ, ଅଗଷ୍ଟ ୨୨:
ଏସିଆନ୍ ଗେମର ଚତୁର୍ଥ ଦିନରେ ଭାରତୀୟ ସୁଟର୍ ରାହୀ ସରନୋବତ ୨୫ମିଟର ପିସ୍ତଲ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏହା ଚଳିତ ଏସିଆନ୍ ଗେମସରେ ଭାରତର ଚତୁର୍ଥ ସ୍ୱର୍ଣ୍ଣ ପଦକ । ୨୭ ବର୍ଷିୟା ରାହୀ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛନ୍ତି ।
ଏହି ଇଭେଂଟରେ ଭାରତର ଷ୍ଟାର୍ ସୁଟର ମନୁ ଭାକର ଦେଶକୁ ନିରଶ କରିଛନ୍ତି । ଫାଇନାଲରେ ୧୬ ବର୍ଷିୟ ମନୁ କେବଳ ୧୬ ପଏଂଟ୍ ହାସଲ କରିଥିଲେ । କିନ୍ତୁ ରାହୀ ଦେଶକୁ ନିରାଶ କରି ନଥିଲେ ।
ସୂଚନାଯୋଗ୍ୟ କି, ରାହୀ ୨୦୧୦ ଦିଲ୍ଲୀ ଏବଂ ୨୦୧୪ରେ ଗ୍ଲାସଗୋରେ ଖେଳା ଯାଇଥିବା କମନୱେଲଥ୍ ଗେମରେ ୨୫ ମିଟର ପିସ୍ତଲରେ ସ୍ୱର୍ଣ୍ଣ ପଦକକୁ ନିଜ ନାମରେ ନାମିତ କରିଥିଲେ । ଏହି ସମୟରେ ସେ ଫର୍ମରେ ଥିଲେ । କିନ୍ତୁ ହାତରେ ଆଘାତ ଲାଗିବା କାରଣରୁ ଦୀର୍ଘ ୧ ବର୍ଷର ବିଶ୍ରାମ ପରେ ତାଙ୍କ ଫର୍ମରେ ପତନ ଘଟିଥିଲା ।