Tue. Jan 28th, 2025

ଏସବିଆଇର ବଡ ଝଟକା, ଗୋଟିଏ ଦିନରେ ଉଠାଇ ପାରିବେ ମାତ୍ରା ୨୦ ହଜାର

By amfnews Oct 1, 2018 #Featured
296 Views

ନୂଆଦିଲ୍ଲୀ, ଅକ୍ଟୋବର ୧ : ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗୋଟିଏ ଦିନରେ ଏଟିଏମରୁ ଟଙ୍କା ଉଠାଇବାର ସୀମାକୁ ନିୟନ୍ତ୍ରଣ କରିବାର ନିଷ୍ପତି ନେଇଛି । ଅକ୍ଟୋବର ୩୧ ରୁ ବ୍ୟାଙ୍କ ଗ୍ରାହାକ ଗୋଟିଏ ଦିନରେ ୨୦.୦୦୦ ଟଙ୍କାରୁ ଅଧିକ ଟଙ୍କା କାଢି ପାରିବେ ନାହିଁ । ବର୍ତମାନଏହି ସୀମା ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଏସବିଆଇ ଖାତାକୁ ପଠାଯାଇଥିବା ଆଦେଶରେ କୁହାଯାଇଛି କି, ବ୍ୟାଙ୍କର ଏଟିଏମ ଟ୍ରାନଜାକ୍ସନରେ ହେଉଥିବା ବିଭିନ୍ନ ପ୍ରକାର ଠକାମି ପାଇଁ ମିଳୁଥିବା ଅଭିଯୋଗକୁ ଆଖିଆଗରେ ରଖି ଡିଜିଟାଲ-କ୍ୟାସଲେସ ଟ୍ରାନଜାକସନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଟଙ୍କା ଉଠାଇବାର ସୀମାକୁ ପରିବର୍ତନ କରିବାର ନିଷ୍ପତି ନିଆଯାଇଛି । କ୍ଲାସିକ ଓ ମେଟ୍ରୋ ପ୍ଲାଟଫର୍ମ ଉପରେ  ଜାରୀ କରାଯାଇଥିବା ଡେବିଟ ର୍କାର୍ଡରେ ମଧ୍ୟ ଟଙ୍କା କାଢିବାର ସୀମା ପରିବର୍ତନ କରାଯାଇଛି । ଟଙ୍କା ଉଠାଇବା ପାଇଁ ଏହି ପରିବର୍ତନ ପର୍ବପର୍ବାଣୀ ଆରମ୍ଭ ହେବା ପୂର୍ବରୁ ଆରମ୍ଭ ହୋଇଯାଇଛି ।

ଏହି ନିୟମରେ ବ୍ୟାଙ୍କ ଗ୍ରାହାକଙ୍କୁ ହେଉଥିବା ଅସୁବିଧା ବିଷୟରେ ଏସବିଆଇର ପ୍ରବନ୍ଧ ନିର୍ଦ୍ଦେଶକ ପିକେ ଗୁପ୍ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି କି, ଆମର ବିଶ୍ଲେଷଣ ଦେଖାଯାଏ କି ଏଟିଏମରୁ ଅଧିକତମ କମ ପରିମାଣର ଟଙ୍କା ଉଠାଯାଏ । ୨୦ ହଜାର ଟଙ୍କା କିଛି ଗ୍ରାହକଙ୍କ ପାଇଁ ବହୁତ ଅଧିକ ହୋଇଥାଏ । ଆମେ ଛୋଟ ଉଠାଣ ଉପରେ ହେଉଥିବା ଠକାମିକୁ ରୋକିବାକୁ ବି ପ୍ରୟାସ କରୁଛୁା ସେ ଆହୁରି ମଧ୍ୟ କହିଛନ୍ତି କି ଯେଉଁ ଗ୍ରାହାକମାନଙ୍କୁ ଅଧିକ ଟଙ୍କା ଉଠାଇବା ଦରକାର ପଡୁଛି ସେମାନେ ବ୍ୟାଙ୍କର ଅନ୍ୟକାର୍ଡରେ ଟଙ୍କା ଉଠାଇ ପାରିବେ । ଏପରି କାର୍ଡ ବ୍ୟାଙ୍କ ସେହି ଗ୍ରାହକମାନଙ୍କୁ ଦେଉଛି ଯେଉଁମାନେ ନିଜ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସରୁ ଅଧିକ ଟଙ୍କା ଜମା ରଖିଥାନ୍ତି ।

By amfnews

Related Post