Fri. Dec 27th, 2024

ଏଲଏସିରେ ଚୀନର ଗତିବିଧି ନେଇ ରାଜ୍ୟ ସଭାରେ ଆଜି ବିବୃତ୍ତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ

By amfnews Sep 17, 2020 #Featured
181 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ : ପୂର୍ବ ଲଦ୍ଦାଖରେ ଭାରତୀୟ ସେନାକୁ ଟାର୍ଗେଟ କରୁଛି ଚୀନ । ଭାରତୀୟ ସେନା ଚୀନର ଏଭଳି କାମକୁ ଜବାବ ମଧ୍ୟ ଦେଉଛି । ଭାରତୀ-ଚୀନ ସୀମା ବିବାଦକୁ ନେଇ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଏଲଏସିରେ କ’ଣ ଚାଲିଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ରାଜ୍ୟସଭାରେ ବୟାନ ଦେବେ । ଏହା ପୂର୍ବରୁ ଲୋକସଭାରେ ଏହି ପ୍ରସଙ୍ଗରେ ସେ ନିଜର ବୟାନ ରଖିସାରିଛନ୍ତି ।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ବିରୋଧୀ ଦଳର ନେତାନ ନିଜର କଥା ଉପସ୍ଥାପନ କରିବେ । ସୂତ୍ର ଅନୁସାରେ ରାଜନାଥ ସିଂହ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ନେଇ ଅପରାହ୍ନ ୧୨ଟାରେ ନିଜର ବିବୃୃତ୍ତି ରଖିବେ । ଏହା ପରେ ବିରୋଧୀ ଦଳର ନେତା ଏହି ପ୍ରସଙ୍ଗରେ କିଛି କହିପାରନ୍ତି । ଆବଶ୍ୟକ ହେଲେ ରକ୍ଷାମନ୍ତ୍ରୀ ବିରୋଧୀ ଦଳର ନେତାଙ୍କୁ ସ୍ପଷ୍ଟିକରଣ ଦେଇପାରନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଲୋକସଭାରେ ଚୀନର ଗତିବିଧି ସଂପର୍କରେ ବୟାନ ରଖିଥିଲେ । ସେ ଲୋକସଭାରେ ପୂରା ଘଟଣାକ୍ରମକୁ ବୁଝାଇଥିଲେ । ସେ କହିଥିଲେ ଯେ, ଏପ୍ରିଲ ମାସରୁ ପୂର୍ବ ଲଦ୍ଧାଖରେ ସୀମାରେ ଚୀନ ସେନା ମୁତୟନ ଅଛନ୍ତି । ଦିନକୁ ଦିନ ଏହା ଆହୁରି ବୃଦ୍ଧି ପାଇବାରେ ଲାଗିଛି । ମେ’ ମାସ ଆରମ୍ଭରୁ ଚୀନ ଗଲୱାନ ଘାଟିରେ ଆମର ସୈନିକଙ୍କୁ ପେଟ୍ରୋଲିଂ ସମୟରେ ଅଟକାଇଥିଲା । ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

By amfnews

Related Post