Wed. May 14th, 2025

ଏମ୍‌ କରୁଣାନିଧିଙ୍କ ପତ୍ନୀ ଦୟାଳୁ ଅମ୍ମାଲ୍‌ ଡାକ୍ତରଖାନାରେ ଭର୍ତ୍ତି

By amfnews Aug 29, 2018 #Featured
253 Views

ଚେନ୍ନାଇ   :     ଡିଏମ୍‌କେ ନେତା ସ୍ୱର୍ଗତ ଏମ୍‌ କରୁଣାନିଧିଙ୍କ ପତ୍ନୀ ଦୟାଳୁ ଅମ୍ମାଲ୍‌ଙ୍କୁ ଚେନ୍ନାଇର ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ତାଙ୍କୁ ଡାକ୍ତରଖାନା ନିଆଯାଇ ଥିଲେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କୌଣସି ସଦ୍ୟ ରିପୋର୍ଟ ମିଳି ନାହିଁ। ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବିବୃତ୍ତି ଜାରି ହେବାର ସମ୍ଭାବନା ରହିଛି।

ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌ଙ୍କ ମାଆ ହେଉଛନ୍ତି। ଦୟାଳୁ ଅମ୍ମାଲ୍‌। ଏମ୍‌ କରୁଣାନିଧିଙ୍କ ଦ୍ୱିତୀୟ ପତ୍ନୀ ଦୟାଳୁ ଅମ୍ମାଲ୍‌ ଏମ୍‌ କେ ଆଲାଗିରି, ଏମ୍‌କେ ତାମିଲାରାସୁ ଏବଂ ଏମ୍‌କେ ସେଲ୍‌ଓ୍ଵିଙ୍କର ମଧ୍ୟ ମାଆ।

ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ପ୍ରକାଶ। କେଉଁ କାରଣ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି,ଡାକ୍ତରଖାନା କର୍ତ୍ତୃପକ୍ଷ ତାହା ପ୍ରକାଶ କରି ନାହାନ୍ତି।

୬୫ ବର୍ଷିୟ ପୁଅ ଷ୍ଟାଲିନ୍‌ ବିନା ବିରୋଧରେ ଡିଏମ୍‌କେର ଅଧ୍ୟକ୍ଷ ହେବା ଦିନ ହିଁ ଦୟାଳୁ ଅମ୍ମାଲ୍‌ଙ୍କର ଅସୁସ୍ଥତା ଖବର ମିଳିଛି।

By amfnews

Related Post