Sat. Nov 9th, 2024

ଏମସିଏ ଷ୍ଟାଡିୟମରେ କୋହଲି ହେଉଛନ୍ତି ବିରାଟ ଖେଳାଳି, ହ୍ୟାଟ୍ରିିକ ପାଇଁ ଆସିଛି ସୁଯୋଗ

By amfnews Oct 26, 2018 #Featured
96 Views

ନୂଆଦିଲ୍ଲୀ, ଅକ୍ଟୋବର ୨୬ : ଭାରତ ଓ ୱେଷ୍ଟଇଣ୍ଡିଜ ଶନିବାର ୩ୟ ଦିନିକିଆରେ ମୁହାମୁହିଁ ହେବେ । ଏହି ମୁକାବିଲା ପୁନେର ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ହେବ । ଏହି ପଡ଼ିଆରେ ସର୍ବାଧିକ ରନ ବିରାଟ କୋହଲି ସଂଗ୍ରହ କରିଛନ୍ତି । ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେବାକୁ ଯାଉଛି । କୋହଲିଙ୍କୁ ଏଠାରେ ଚଳିତ ଶୃଙ୍ଖଳାରେ ହ୍ୟାଟ୍ରିକ ଶତକ ମାରିବାକୁ ସୁଯୋଗ ମିଳିଛି । ବିରାଟ କୋହଲି ୨୦୧୮ରେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ସର୍ବାଧିକ ରନ ଏବଂ ଅଧିକ ଶତକ ହାସଲ କରିଛନ୍ତି ।

ବିରାଟ କୋହଲି ଏମସିଏ ପଡ଼ିଆରେ ୩ଟି ମ୍ୟାଚ ଖେଳିଛନ୍ତି । ସେ ଏହି ପଡ଼ିଆରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ୨୧୨ ରନ ସଂଗ୍ରହ କରିଛନ୍ତି । ସେ ହେଉଛନ୍ତି ଏକମାତ୍ର କ୍ରିକେଟର ଯିଏକି ଏହି ପଡ଼ିଆରେ ୨୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏହି ପଡ଼ିଆରେ ୨ୟ ସର୍ବାଧିକ ରନ ସଂଗ୍ରହ କରିଛନ୍ତି କେଦାର ଯାଧବ । ସେ ୨ଟି ମ୍ୟାଚରେ ୧୨୦ ରନ ସଂଗ୍ରହ କରିଛନ୍ତି । ବିରାଟ ଓ ଯାଧବଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ୧୦୦ ରନ ସଂଗ୍ରହ କରିପାରି ନାହାନ୍ତି । ଏମସିଏ ଷ୍ଟାଡିୟମରେ ବିରାଟ, ଶିଖର ଧାୱନ ଓ ମହେନ୍ଦ୍ର ସିଂହ ଧୋନି ୩-୩ ମ୍ୟାଚ ଖେଳିଛନ୍ତି ।

ବର୍ତ୍ତମାନ ଜାରି ଥିବା ୫ ମ୍ୟାଚ ଶୃଙ୍ଖଳାରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଶତକ ହାସଲ କରିଛନ୍ତି । କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୌହାଟୀରେ ୧୪୦ ରନ ଏବଂ ବିଶାଖାପାଟଣାରେ ୧୫୩ ରନ ସଂଗ୍ରହ କରିଥିଲେ । ଏବେ ସେ ୯ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇବାକୁ ଉଦ୍ୟମ କରିବେ, ଯେଉଁମାନେ କି କ୍ରିକେଟରେ କ୍ରମାଗତ ଭାବରେ ହ୍ୟାଟ୍ରିକ ଶତକ ହାସଲ କରିଛନ୍ତି । ଏହି ତାଲିକାରେ ଶ୍ରୀଲଙ୍କାର କୁମାର ସଙ୍ଗାକାର ପ୍ରଥମ ସ୍ଥାନରେ ଅଛନ୍ତି । ସେ ୨୦୧୫ରେ କ୍ରମାଗତ ଭାବରେ ୪ଟି ଶତକ ହାସଲ କରିଥିଲେ । ତାଙ୍କ ବ୍ୟତୀତ ଜହୀର ଆବାସ, ସଇଦ ଅନୱାର, ହର୍ଷଲ ଗିବ୍ସ, ଏବି ଡିଭିଲିୟର୍ସ, କ୍ୱିଣ୍ଟନ ଡି-କକ, ରସ ଟେଲର, ବାବର ଆଜମ ଓ ଜନି ବେୟାରଷ୍ଟୋ ମଧ୍ୟ ହ୍ୟାଟ୍ରିକ ଶତକ ହାସଲ କରିଛନ୍ତି । ଇଂଲଣ୍ଡର ବେୟାରଷ୍ଟୋ ୨୦୧୮ରେ ଏହି କାମ କରିଛନ୍ତି ।

By amfnews

Related Post