548 Views
ଏବେଠୁ ବଢ଼ିବ ତାତି, ଏହାସହ ପାରଦ ୪୦ ଡିଗ୍ରୀ ଟପିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡିଶାରେ ଭୀଷଣ ଖରା ହେବା ସହ ଉପକୂଳ ଓଡିଶାରେ ମଧ୍ୟ ତାତି ବଢ଼ିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ୧୧ରୁ ଅପରାହ୍ନ ୩ଟା ଯାଏଁ ପ୍ରବଳ ଖରା ହେବା ସହ ଗୁଳୁଗଳି ହେବ । ଗତ କିଛିଦିନ ହେବ ତାପାମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସି ତାତି କମିଥିବା ବେଳେ ଆସନ୍ତା ୧୫ରୁ ପୁଣି ପାରଦ ଉପରକୁ ଉଠି ପ୍ରଚଣ୍ଡ ଖରା ହେବ । ଏହାସହ କାଳବୈଶାଖୀ ପ୍ରଭାବ ମଧ୍ୟ କମିବ, ଗତକାଲି କିଛି କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ବର୍ଷା ହୋଇଥିଲା ।