Thu. Jan 16th, 2025

ଏବେ ସ୍ମାର୍ଟଫୋନରେ  କରିପାରେବେ ଜେନେରାଲ୍ ଏବଂ ପ୍ଲାଟଫର୍ମ ଟିକେଟ୍ , ରେଲୱେ ବାହାର କଲା ଏହି ଆପ୍

By amfnews Jul 20, 2019 #Featured
127 Views

ବର୍ତ୍ତମାନର ଇଣ୍ଟରନେଟ୍ ଦୁନିଆରେ ଯାତ୍ରିମାନଙ୍କୁ ଟ୍ରେନ୍ ଟିକେଟ୍ କରିବା ପାଇଁ ଲମ୍ବା ଲାଇନ୍ କରିବା ପାଇଁ ପଡ଼ିବ ନାହିଁ । ଯାତ୍ରୀମାନଙ୍କୁ ଟିକେଟ୍ ପାଇଁ ଏମ୍ବା ଲାଇନ୍ ଠାରୁ ବଞ୍ଚାଇବା ପାଇଁ ଏବଂ କ୍ୟାସଲେଶ  ଇକୋନୋମିକୁ ବଢ଼ାଇବା ପଇଁ ରେଲୱେ ଏକ ନୂତନ ମୋବାଇଲ୍ ଆପଲିକେଶନ୍ ଲଞ୍ଚ କରିଛି । ଯାହା ସାହାର୍ଯ୍ୟରେ ଯାତ୍ରୀମାନେ କମ୍ ସମୟ ମଧ୍ୟରେ ମୋବାଇଲ୍ ଜରିଆରେ ଜେନେରାଲ ଟିକେଟ୍ ଏବଂ  ପ୍ଲାଟଫର୍ମ ଟିକେଟ୍ କିଣିପାରିବେ । ରେଲୱେର ଏହି ଆପଲିକେଶନ୍ ର ନାମ ହେଉଛି “ଅନ୍ ରିଜର୍ଭ ଟିକେଟିଙ୍ଗ ସିଷ୍ଟମ୍” (ୟୁଟିଏସ୍) । ଏହି ଆପ୍ ସମସ୍ତ ଆଣ୍ଡ୍ରୋଏଡ଼ ଏବଂ ଆଇ ଫୋନରେ  ଉପଲବ୍ଧ ରହିଛି ।

ଏହି ଆପ୍ ସାହାର୍ଯ୍ୟରେ ଯାତ୍ରୀ ମାନେ ୨୦୦ କିଲୋମିଟର ବା ତା ଠାରୁ  ଅଧିକ ବାଟ୍ ଯାତ୍ରାକରିବାର ଥିଲେ ଁ ଯାତ୍ରା ତାରିଖର ତିନି ଦିନ ପୂର୍ବରୁ ଅନାରକ୍ଷିତ ଶ୍ରେଣୀ ବା ଜେନେରାଲ୍ ଟିକେଟ୍ କିଣିପାରିବେ । ସେହିପରି ଯାତ୍ରା କରିବା ଦିନ ମଧ୍ୟ ଯାତ୍ରାୀମାନେ ଜେନେରାଲ ଟିକେଟ ଏହି ଆପ୍ ସାହାର୍ଯ୍ୟରେ କିଣି ପାରିବେ । ଏହି ଆପ୍ ସାହାର୍ଯ୍ୟରେ ଯାତ୍ରୀମାନେ ଦୁଇ ପ୍ରକାରର ପ୍ଲାଟଫର୍ମ କିମ୍ବା େଜେନେରାଲ ଟିକେଟ କିଣି ପାରିବେ ପ୍ରଥମ ହେଲା ପେପରଲେସ୍ ଟିକେଟ୍ଏବଂ ଦ୍ୱିତୀୟଟି ହେଲା ପେପର ଟିକେଟ । ଏଥିରେ ନେଟ୍ ବ୍ୟାଙ୍କିଙ୍ଗ, କ୍ରେଫଡ଼ିଟ୍ କାର୍ଡ଼, ଡ଼େବିଟ୍ କାର୍ଡ଼, ୟୂପିଆଇ, ସାହାର୍ଯ୍ୟରେ ମଧ୍ୟ ପେମେଣ୍ଟ କରାଯାଇପାରିବ ।

By amfnews

Related Post