Sat. Nov 23rd, 2024

ଏବେ ବିଜେଡି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାଖଲ କରିବେ ଦ୍ୱିମାସିକ ରିପୋର୍ଟ

By amfnews Nov 13, 2019 #Featured
93 Views

ଭୁବନେଶ୍ୱର: ବିଜେଡି ସାଂସଦମାନେ ସେମାନଙ୍କ କାର୍ଯ୍ୟକଳାପ ବିଷୟରେ ଦ୍ୱିମାସିକ ରିପୋର୍ଟ ଦାଖଲ କରୁଥିବା ଭଳି ବିଜେଡି ବିଧାୟକମାନେ ମଧ୍ୟ ଏବେ ଦ୍ୱିମାସିକ ରିପୋର୍ଟ ଦାଖଲ କରନ୍ତୁ ବୋଲି ବୁଧବାର ଦିନ ବିଧାନସଭା ଆରମ୍ଭ ପୂର୍ବରୁ ଆୟୋଜିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନୀବର ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏହି ରିପୋର୍ଟର ଫର୍ମା ସଂକ୍ରାନ୍ତରେ ପ୍ରସ୍ତବ, ଢାଞ୍ଚା ଓ ବିଷୟବସ୍ତୁ କ’ଣ ହେବ ତାହା ନିର୍ଦ୍ଧାରଣ କରିବା ଲାଗି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ଶତପଥୀ ଏବଂ କିଶୋର ମହାନ୍ତିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଲେ: ଗୃହରେ ଉପସ୍ଥିତ ହେବାକୁ ସବୁ ବିଧାୟକ ସମୟାନୁବର୍ତ୍ତୀ ଓ ନିଷ୍ଠାବାନ ହେବା ଉଚିତ। ଯଦି କେହି ୨ ଦିନରୁ ଅଧିକ ଛୁଟି ଆବଶ୍ୟକ କରନ୍ତି, ମୋଠାରୁ ମଞ୍ଜୁରୀ କରାଇବା ଆବଶ୍ୟକ। ଏଥର ସଦସ୍ୟମାନଙ୍କ ଉପସ୍ଥାନ ଉପରେ ମୁଁ ଗୁରୁତ୍ୱାରୋପ କରୁଛି।
ସଦସ୍ୟମାନେ ସକ୍ରିୟ ଭାବେ ଆଲୋଚନାରେ ଭାଗ ନେବା ଉଚିତ। ବିଶେଷ ଭାବେ, ପ୍ରଥମ ଥର ଲାଗି ସଦସ୍ୟ ହୋଇଥିବା ବିଧାୟକମାନଙ୍କ ପ୍ରଦର୍ଶନ ଉପରେ ମୁଁ ନଜର ରଖିବି।

ଓଡ଼ିଶାର ଜନସାଧାରଣ ହେଉଛନ୍ତି ଆମମାନଙ୍କର ମୁନୀବ। ଆମେ କ୍ଷମତାରେ ଥିବା ପ୍ରତିଟିକ୍ଷଣକୁ ପୂର୍ଣ୍ଣହୃଦୟରେ ସେମାନଙ୍କ ସେବାରେ ବିନିଯୋଗ କରିବା। ବିଜୁ ଜନତା ଦଳ ଉପରେ ଲୋକମାନଙ୍କର କେତେ ଭରସା ତାହା ପାଟକୁରା ଏବଂ ବିଜେପୁରକୁ ମିଳିଥିବା ଜନାଦେଶ ସ୍ମରଣ କରାଇ ଦେଉଛି। ଏହା ଆମକୁ ସ୍ୱଚ୍ଛ ଏବଂ ପ୍ରତିବଦ୍ଧ ଭାବେ ରାଜ୍ୟବାସୀଙ୍କ ଲାଗି କଠୋର ପରିଶ୍ରମ କରାଉ।

ଦୈନିକ ୧୧: ୩୦ ସୁଦ୍ଧା ଗୃହରେ ସଦସ୍ୟମାନଙ୍କର ଉପସ୍ଥିତି ସଂକ୍ରାନ୍ତରେ ସରକାରୀ ଦଳର ମୁଖ୍ୟ ସଚେତକ ମୋ ନିକଟରେ ରିପୋର୍ଟ ଦାଖଲ କରିବେ।

By amfnews

Related Post