Sat. Mar 7th, 2026

ଏବେ ବି ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ; ଏମ୍ସରେ ସୁୂରକ୍ଷା ବ୍ୟବସ୍ଥା କଡ଼ାକଡ଼ି

277 Views

ନୂଆଦିଲ୍ଳୀ: ଗତ ୩୬ ଘଣ୍ଟା ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତକାଲି ସନ୍ଧ୍ୟାରେ ଶ୍ରୀ ବାଜପେୟୀଙ୍କ ଅବସ୍ଥା ଯାହା ଥିଲା, ଆଜି ଦିନ ୧୧ଟା ବେଳେ ଏମ୍ସ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ ସେହି ଅବସ୍ଥାରେ କୌଣସି ଉନ୍ନତି ହୋଇ ନାହିଁ। ଗତ ଜୁନ ମାସ ୧୧ ତାରିଖରୁ ଏମ୍‌ସରେ ଚିକିତ୍ସିତ ହେଉଥିବା ବାଜପେୟୀଙ୍କ ଅବସ୍ଥା, ଗତ ୩୬ ଘଣ୍ଟା ମଧ୍ୟରେ ଅଧିକ ଗମ୍ଭୀର ହୋଇ ପଡ଼ିଛି ଓ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିବା ଏମ୍‌ସ ପକ୍ଷରୁ ଦିନ ୧୧ଟା ୦୨ ମିନିଟରେ ଜାରି ଏକ ତାଜା ହେଲଥ ବୁଲେଟିନରେ କୁହାଯାଇଛ।

କିଡନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍‌ ୧୧ରେ ବାଜପେୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍‌ସ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ଗତକାଲି ତାଙ୍କ ସ୍ୱାସ୍ଥାବସ୍ଥାରେ ଗୁରୁତର ଅବନତି ଦେଖା ଦେଇଥିବାନେଇ ଏମ୍‌ସ ପକ୍ଷରୁ କୁହାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ସ ହସ୍ପିଟାଲରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ।

By amfnews

Related Post