Sat. Mar 7th, 2026

ଏନ୍‌ବିଡବ୍ଲ୍ୟୁ ପାଇଁ କୋର୍ଟର ଦ୍ବାରସ୍ଥ, ଓମ୍‌ପ୍ରକାଶଙ୍କୁ ଗିରଫ ପାଇଁ ପୁଲିସ୍‌ର ତତ୍‌ପରତା

358 Views

ପୁରୀ : ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କ ବିରୋଧରେ ଜାମିନ୍‌ବିହୀନ ଗିରଫ ପରୱାନା(ଏନବିଡବ୍ଲ୍ୟୁ) ଜାରି କରିବା ପାଇଁ ପୁରୀ ଏସ୍‌ଡିଜେଏମ୍ କୋର୍ଟରେ ପୁଲିସ ଆବେଦନ କରିଛି। ଏହି ଆବେଦନ ଉପରେ ଆସନ୍ତା ସୋମବାର ଶୁଣାଣି କରାଯିବ ବୋଲି ଜଣାପଡ଼ିଛି।

ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ ନମ୍ବର ବୁଥ୍‌ରେ ଇଭିଏମ୍‌ ଭାଙ୍ଗିବା ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ଘଟଣାର ଅଭିଯୁକ୍ତ ହେଉଛନ୍ତି ଓମ୍‌ପ୍ରକାଶ। ଏନବିଡବ୍ଲ୍ୟୁ ଜାରି କରିବା ପାଇଁ ଆବେଦନ କରି ପୁଲିସ୍‌ ଦର୍ଶାଇଛି, ଘଟଣା ପରଠାରୁ ଅଭିଯୁକ୍ତ ଓମ୍‌ପ୍ରକାଶ ଫେରାର୍ ରହିଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଧ୍ୟ ବିଫଳ ହୋଇଛି। ଇତିମଧ୍ୟରେ ରାଜ୍ୟ ବାହାରକୁ ପଳାଇଯିବାର ସମ୍ଭାବନା ରହିଛି। ତେଣୁ ତାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ପାଇଁ ଅନୁମତି ଦେବାକୁ ଆବେଦନରେ ଦର୍ଶାଇଛି ପୁଲିସ। ତେବେ ପୁଲିସର ଏହି ଆବେଦନକୁ ଏଯାବତ କୋର୍ଟରୁ ଅନୁମତି ମିଳିନଥିବା ଏସ୍‌ପି ଉମାକାନ୍ତ ଦାଶ କହିଛନ୍ତି। ସୋମବାର ଏହା ଉପରେ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି।

By amfnews

Related Post