Tue. Mar 10th, 2026

ଏନ୍‌ଆଇଟି ପରିସରରେ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ଆତ୍ମହତ୍ୟା

230 Views

ରାଉରକେଲା : ରାଉରକେଲାରେ ଥିବା ଏନ୍‌ଆଇଟି (ନାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି) ପରିସରରେ ଜଣେ ପ୍ରଫେସର ଓ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ ଲାଇଫ୍‌ ସାଇନ୍‌ସ ବିଭାଗର ଆସୋସିଏଟ୍ ପ୍ରଫେସର ଆର୍‌ ଜୟ ବାଲାନ (୩୮) ଓ ତାଙ୍କ ପତ୍ନୀ (୩୫) ଆତ୍ମହତ୍ୟା କରିଛନ୍ତି। ସେ ଦୁହିଁଙ୍କର ବାହାଘର ପ୍ରାୟ ନଅ ବର୍ଷ ତଳେ ହୋଇଥିଲା। ଗତ ଦୁଇ ଦିନ ହେଲା ପ୍ରଫେସର ଆର ଜୟ ବାଲାନଙ୍କ ଘର କବାଟ ବନ୍ଦ ଥିଲା। ଏଣୁ ପଡ଼ୋଶୀଙ୍କର ସନ୍ଦେହ ହେଲା। ତା’ପରେ ସେ କବାଟ ବାଡ଼େଇ ଡାକଥିଲେ। କିନ୍ତୁ କେହି ନ ଶୁଣିବାରୁ ପଡ଼ୋଶୀମାନେ ରାଉରକେଲାର ସେକ୍ଟର-୩ ଥାନାକୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ଥାନା ଅଧିକାରୀ ପହଞ୍ଚିବାପରେ କ୍ୱାର୍ଟରର କବାଟ ଭଙ୍ଗା ଯାଇଥିଲା ଏବଂ ତା’ଭିତରୁ ପ୍ରଫେସର ଓ ତାଙ୍କ ପତ୍ନୀଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା। ପତି-ପତ୍ନୀଙ୍କର କୌଣସି ସନ୍ତାନ ନ ଥିଲେ। ପୁଲିସ ଶବ ଦୁଇଟି ବ୍ୟବଚ୍ଛେଦ ଲାଗି ଆର୍‌ଜିଏଚ୍‌କୁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି।

By amfnews

Related Post