Sun. Mar 8th, 2026

ଏନ୍ଏସି (ଏସ୍ଟି) ହାଇସ୍କୁଲ ୧୯୮୧ ବ୍ୟାଚ୍ ବନ୍ଧୁମିଳନ

212 Views

ରାଉରକେଲା, ୨୫ା୧୨: ସେକ୍ଟର-୨୦ ସ୍ଥିତ ଏନ୍ଏସି (ଏସ୍ଟି) ହାଇସ୍କୁଲ ୧୯୮୧ ବ୍ୟାଚ୍ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୯୮୧ ବ୍ୟାଚ୍ର ସମସ୍ତ ଛାତ୍ରଛାତ୍ରୀ ରାଉରକେଲା ହାଉସ୍ ଠାରେ ସମ୍ମିଳିତ ହୋଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ନିଜର ଅନୁଭୂତି ସମ୍ପର୍କରେ ଭାବ ଆଦାନ ପ୍ରଦାନ ସହ ନିଜ ନିଜର କର୍ମମୟ ଜୀବନ ଓ ଛାତ୍ର ଜୀବନର ଭାବାବେଗ ଆଦାନ ପ୍ରଦାନ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା ।

ଏହି କାର୍ଯ୍ୟକ୍ରମରେ ଅଜୟ, ଅମୀତ, ଅଶୋକ, ଭାସ୍କର, ବିଜୟ, ବିନୋଦ, ଦୀପ୍ତି, ଦୁଷ୍ମନ୍ତ, ହେମନ୍ତ, ଜୟଦେବ, କୈଳାସ, କାଜଲ, କିଶୋର, ମନୋରଞ୍ଜନ, ପ୍ରଦୀପ୍ତ, ପ୍ରଦ୍ୟୁମ୍ନ, ରବୀନ୍ଦ୍ର, ରଶ୍ମୀ, ଶୈଳେନ୍ଦ୍ର, ସଞ୍ଜୟ, ସନ୍ତୋଷ, ସତ୍ୟ, ସୁକୁମାର, ସୁରେନ୍ଦ୍ର, ଆଶା, ମିନତୀ, ପ୍ରବୀଣ, ପ୍ରଣତୀ, ରୀତା, ସୁଭଦ୍ରା, କୁନି ପ୍ରମୁଖ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରଖାଯିବ ବୋଲି ୧୯୮୧ ବ୍ୟାଚ୍ ଛାତ୍ରଛାତ୍ରୀମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

By amfnews

Related Post