Tue. Dec 24th, 2024

ଏନ୍ଆଇଟିରେ ଅଣ୍ଡ୍ରୋଏଡ୍ ଆପ୍ ଟେଷ୍ଟିଂ ଉପରେ ଜାତୀୟ କର୍ମଶାଳା

By amfnews Dec 5, 2018 #Featured
227 Views

ରାଉରକେଲା, ଡିସେମ୍ବର ୦୫ : ଜାତୀୟ ପ୍ରଯୁକ୍ତି ସଂସ୍ଥା (ଏନ୍ଆଇଟି), ରାଉରକେଲାର କମ୍ପ୍ୟୁଟର ସାଇନ୍ସ ଏବଂ ଇିନିୟରିଂ ବିଭାଗ ତରଫରୁ ଆନ୍ଡ୍ରୋଏଡ୍ ଆପ୍ ଟେଷ୍ଟିଂ ଉପରେ ଗୋଟିଏ ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ପ୍ରଫେସର କମଳାକାନ୍ତ ମହାପାତ୍ର, ଡିନ, ଏକାଡେମିକ୍ସ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ପ୍ରଫେସର ମହାପାତ୍ର କିଛି ଉଦାହରଣ ମାଧ୍ୟମରେ ଆନ୍ଡ୍ରୋଏଡ୍ ଆପ୍ ଟେଷ୍ଟିଂର ଗୁରୁତ୍ୱ ବିଷୟରେ ଆଲୋଚନା କରିଛନ୍ତି । ସଫ୍ଟଓୟର ଟେକ୍ନୋଲୋଜି ପାର୍କ (ଏସ୍ଟିପିଆଇ) ଯୁଗ୍ମ ମହାନିର୍ଦ୍ଦେଶକ ଅଶୋକ କୁମାର ଯାଦବ ଏହି କର୍ମଶାଳାରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ର ତଥା ସାମାଜିକ ଗଣମାଧ୍ୟମରେ ଆନ୍ଡ୍ରଏଡ୍ ଆପ୍ ଟେଷ୍ଟିଂର ମହତ୍ୱ ସମ୍ପର୍କରେ ନିଜ ଅଭିଭାଷଣରେ କହିଛନ୍ତି ।

ଏନ୍ଆଇଟି ରାଉରକେଲା ଟିଇକ୍ୟୁଆଇପିର ପ୍ରଫେସର ଚିତ୍ତରଞ୍ଜନ ପାତ୍ର ପ୍ରଯୁକ୍ତି ବିଦ୍ୟାରେ ଆପ୍ ଟେଷ୍ଟିଂର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୁର୍ଗା ପ୍ରସାଦ ମହାପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କର୍ମଶାଳାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । କର୍ମଶାଳାର ଶେଷରେ ପ୍ରଫେସର ବିଭୁଦତ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କର୍ମଶାଳାରେ ପ୍ରାୟ ୩୦ ଜଣ ଅଂଶଗ୍ରହଣ କରିଥିଲେ ।

By amfnews

Related Post