Wed. Jan 15th, 2025

ଏନ୍ଆଇଟି ରାଉରକେଲାର ଅନୁସନ୍ଧାନକାରୀଙ୍କ ସଫଳତା ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଉପରେ ନୁଆ ଆବିଷ୍କାର

By amfnews Dec 14, 2018 #Featured
597 Views

ରାଉରକେଲା, ୧୪ା୧୨  : ଅର୍ଥନୀତି ଓ ସାର୍ବଜନିକ ସ୍ୱାସ୍ଥ୍ୟରେ ବାସ୍ତବିକ ଦୁନିଆରେ ଘଟୁଥିବା ସମସ୍ୟାର ସମାଧାନ ଖୋଜିବା ପୂର୍ବରୁ ଅସମ୍ଭବ ଥିଲା । କିନ୍ତୁ ଏବେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ଅନୁସନ୍ଧାନକାରୀ ଏମିତି ଗୋଟିଏ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ମୋଡେଲର ଆବିଷ୍କାର କରିଛନ୍ତି ଯାହାଦ୍ୱାରା ଏହିସବୁ ସମସ୍ୟାର ସମାଧାନ ହୋଇ ପାରିବ ।

ଏନଆଇଟି ରାଉରକେଲାବ ଗଣିତ ବିଭାଗର ପ୍ରଫେସର ସ୍ନେହାଶିଷ ଚକ୍ରବର୍ତୀଙ୍କ ସହ ତାଙ୍କ ଛାତ୍ର ପ୍ରମୋଦ କୁମାର ପରିଡା ତଥା ଜୋହାନ୍ସବର୍ଗ ବିଶ୍ୱବିଦ୍ୟାଳୟର ଟିହିଲିଡିଜୀ ମାରବାଲା ପ୍ରଥମଥର ପାଇଁ ଏମିଟି ମୋଡେଲର ଆବିଷ୍କାର କରିଛନ୍ତି, ଯାହା ଅନ୍ଧବିଶ୍ୱାସର କାରଣ ଖୋଜି ବାହାର କରିବ । ଯେତେବେଳେ ବି କୌଣସି ମଣିଷ ସହ କିଛି ଖରାପ ହୁଏ କିମ୍ବା ସେ ଦୁର୍ଘଟଣାର ସାମନା କରେ ସେତେବେଳେ ସେ ଏହା ପଛର କାରଣ ଖୋଜେ ତଥା ଏହାକୁ ଅନ୍ଧବିଶ୍ୱାସ ଜୋଡିଥାଏ । କିନ୍ତୁ ଏହିସବୁ ପଛରେ ବୈଜ୍ଞାନିକ କାରଣ ଅଛି ବୋଲି ଏହି ମୋଡେଲ ପ୍ରମାଣିତ କରିଛି ।

ଏହି ‘ମଲ୍ଟିଭେରାଇଟି ଏଡିଟିଭ ନୋଏଜ ମୋଡେଲ ଫର୍ କମ୍ପ୍ଲିଟ୍ କଜୁଆଲ ଡିସ୍କଭରୀ’(ଏମ୍ଏଏନ୍ଏମ୍) ମୋଡେଲ ଗୋଟିଏ ସମସ୍ୟାର ବିଭିନ୍ନ କାରକଗୁଡିକର ଅନୁସନ୍ଧାନର କରିବାରେ ସକ୍ଷମ । ଅନୁସନ୍ଧାନ ପତ୍ରିକା ନ୍ୟୁରାଲ ନେଟଓାର୍କର ଏହା ବିଷୟରେ ପ୍ରକାଶିତ ହୋଇଛି । ଲୋକମାନଙ୍କର ମନରେ ଗୋଟିଏ ଧାରଣା କିମ୍ବା ଅନ୍ଧବିଶ୍ୱାସ ରହିଛି ଯେ ବାଟରେ ଯିବାବେଳେ ଯଦି ବିଲେଇ ରାସ୍ତା କାଟିଦିଏ କିମ୍ବା ଛାତ ଉପରେ ଯଦି ପେଚା ବସେ େତେବେ କିଛି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । କିନ୍ତୁ ଏହି ମୋଡେଲ ଏହାକୁ ଭୁଲ ପ୍ରମାଣିତ କରିବ । ଏହି ମୋଡେଲ ଦ୍ୱାରା ଏହା ପ୍ରମାଣିତ କରିହେବ ଯେ, ଏହି ଦୁଇଟି ଘଟଣା ମଧ୍ୟରେ କିଛି ସମ୍ପର୍କ ନାହିଁ ।

ଏହି ବିଷୟରେ ଗଣିତ ବିଭାଗର ପ୍ରଫେସର ସ୍ନେହାଶିଷ ଚକ୍ରବର୍ତୀ କୁହନ୍ତି, ‘ଆମର ଗୋଟିଏ ଧାରଣା ରହିଛି ଯେ ଯଦି ଛାତ ଉପରେ ପେଚା ରହେ ତେବେ ସେହି ଘର ଋଣରେ ବୁଡିଯାଏ । କିନ୍ତୁ ଏହାର ଗୋଟିଏ ସ୍ୱରୂପ ରହିଛି । ଆମ ଜୀବନରେ ଯାହା ଘଟେ ତାହାର ସଂପର୍କ ବିଲେଇ ଅଥବା ପେଚା ସହ ନାହିଁ ବରଂ ଏହା ପଛରେ ଅନ୍ୟ କାରକ ରହିଛି । ଏହା ଆଗରୁ ଅନୁସନ୍ଧାକାରୀ ଏହି ସବୁ ସମସ୍ୟାର ଦୁଇଟି କାରକ ଖୋଜିଥିଲେ କିନ୍ତୁ ଏହି ମୋଡେଲ ବିଭିନ୍ନ କାରକ ଖୋଜିବାରେ ସକ୍ଷମ ।

ଅନୁସନ୍ଧାନକାରୀ ପ୍ରମୋଦ ପରିଡା କୁହନ୍ତି, ‘କୌଣସି ମନୁଷ୍ୟ ଋଚ୍ଚର ବୋଝ ତଳେ ଦବିଥିଲେ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିଲେ ଏହିସବୁର କାରଣ ଖୋଜିବା ପାଇଁ ଦୁଇଟି କାରକ ଯଥେଷ୍ଟ ନୁହେଁ । ଏହି କ୍ଷେତ୍ରରେ କାରଣ ସିନ୍ଧାନ୍ତ କାର୍ଯ୍ୟକାରୀ ହେବ ନାହିଁ । ଯଦି କେହି ଋଚ୍ଚର ବୋଝରେ ଅଛନ୍ତି ତେବେ ଏହାର ଅନେକ କାରଣ ରହିଛି । ଏହିସବୁ କାରଣ ଏହି ମୋଡେଲ ଦ୍ୱାରା ଖୋଜା ଯାଇ ପାରିବ । ଖାସ୍ କରି ଘରର ଆୟ, ବ୍ୟୟ ଆଦିର ହିସାବ ରଖାଯାଇ ପାରିବ । ଏମ୍ଏଏନ୍ଏମ୍ ଡାଇରେକ୍ଟେଟେଡ୍ ଏସାଇକ୍ଲିକ ଗ୍ରାଫ୍ (ଡିଏଜି) ଉପରେ ଆଧାରିତ ।

By amfnews

Related Post