Wed. Nov 20th, 2024

ଏନସିବି ଅଧିକାରୀଙ୍କ ପୁଣି ଆଜି ସମ୍ମୁଖୀନ ହେବେ ରିୟା ଚକ୍ରବର୍ତ୍ତୀ

By amfnews Sep 7, 2020 #Featured
134 Views

ମୁମ୍ବାଇ, ସେପ୍ଟେମ୍ବର ୦୭ : ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ପୁଣି ଥରେ ନାର୍କୋଟସ କଣ୍ଟ୍ରୋଲ ବ୍ୟୁରୋ (ଏନସିବ) ସମ୍ମୁଖରେ ହାଜର ହେବାକୁ ପଡ଼ିବ । ସୂତ୍ର ଅନୁସାରେ ରିୟା ଓ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଏନସିବିର ସମ୍ମୁଖୀନ ହେବାକୁ ପଡ଼ିବ ।

ସୂଚନାଯୋଗ୍ୟ, ଡ୍ରଗ କାରବାରରେ ଏନସିବି ରବିବାର ରିୟା ଚକ୍ରବର୍ତ୍ତୀଙ୍କୁ ସାଢ଼େ ୬ ଘଣ୍ଟା ପଚାରାଉଚରା କରିଥିଲା । ସୂତ୍ର ଅନୁସାରେ ଏହି ପଚରାଉଚରା ସମୟରେ ରିୟା ସୁଶାନ୍ତଙ୍କ ଘରକୁ ଡ୍ରଗ ନେଇ ଆସୁଥିଲେ । ଏନସିବି ରିୟାଙ୍କ ଜବାବରେ ସନ୍ତୁଷ୍ଟ ନୁହଁନ୍ତି । ଏନସିବି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ ମ୍ୟାନେଜର ଦୀପେଶ ସାୱନ୍ତଙ୍କୁ ସେପ୍ଟେମ୍ବର ୯ଯାଏଁ ରିମାଣ୍ଡରେ ନେଇଛି । ଦୀପେଶ ଖୁଲାସା କରିଥିଲେ ଯେ, ରିୟା ଚକ୍ରବର୍ତ୍ତୀଙ୍କ କହିବାରେ ସୁଶାନ୍ତଙ୍କ ଲାଗି ଡ୍ରଗ୍ସ ନେଉଥିଲେ ।

ରିୟାଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ କୋର୍ଟରେ ଦାବି ଯେ, ରିୟା ସହିତ ଭେଟିବା ପୂର୍ବରୁ ସୁଶାନ୍ତ ଡ୍ରଗ ନେଉଥିଲେ । ସୁଶାନ୍ତ ୨୦ ବର୍ଷ ବୟସରେ ରୋଗର ସମ୍ମୁଖୀନ ହୋଇଥିଲେ । ମାନଶିନ୍ଦେ କୋର୍ଟରେ ବୟାନ ଦେଇଛନ୍ତି ଯେ, ନିଜର ଡାକ୍ତରଙ୍କୁ ବିନା ପଚାରି ରିୟା ଓ ସୁଶାନ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥି ପାଇଁ ରିୟା ଘର ଛାଡ଼ି ଚାଲିଯାଇଥିଲେ ।

ଅନ୍ୟପଟରେ ମୁମ୍ବାଇରେ ସୁଶାନ୍ତଙ୍କ ଭଉଣୀ ମୀତୁ ସିଂହ ଡିଆରଡିଓ ଅତିଥି ଭବନରେ ସିବିଆଇକୁ ବୟାନ ଦେଇଛନ୍ତି । ସୁଶାନ୍ତ ସିଂହଙ୍କ ବନ୍ଧୁ ମହେଶ ଶେଟ୍ଟି ଏବଂ ଜମିଲାଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିଛି । ସୂତ୍ର ଅନୁସାରେ ସୁଶାନ୍ତଙ୍କ ମୃତଦେହ ଜୁନ ୧୪ରେ ମିଳିବା ପରେ ଜମିଲା ମଧ୍ୟ ସୁଶାନ୍ତଙ୍କ ଘର ଛାଡ଼ି ଚାଲିଯାଇଥିଲେ ।

By amfnews

Related Post