Sat. Mar 7th, 2026

ଏଣିକି ପାଣି ଭିତରେ ଚାଲିବ ଟେନ୍‌ ! ମୁମ୍ବାଇରୁ ଦୁବାଇ ପର୍ଯ୍ୟନ୍ତ ନିର୍ମାଣ ହେବ ରେଳଲାଇନ୍‌

316 Views

ନୂଆଦିଲ୍ଲୀ, ଡିସେମ୍ବର ୦୨: ଏଣିକି ପାଣିରେ ବି ଚାଲିବ ହାଏସ୍ପିଡ୍‌ ଟ୍ରେନ୍‌ । ଏପରି ହେଲେ ଭାରତରୁ ଦୁବାଇ ପର୍ଯ୍ୟନ୍ତ ବିମାନ ପରିବର୍ତ୍ତେ ଯାତ୍ରା ପାଣି ଭିତରେ ବି ରେଳ ଜରିଆରେ ଯାତ୍ରା କରି ପାରିବେ। ଏହାକୁ ନେଇ ସଂଯୁକ୍ତ ଅରବ ଅମିରାତ (ୟୁଏଇ) ଏକ ଡ୍ରିମ୍‌ ପ୍ରୋଜେକ୍ଟ ଉପରେ ବିଚାର କରି ଦୁବାଇରୁ ମୁମ୍ବାଇ ମଧ୍ୟରେ ରେଳ ନେଟଓ୍ଵାର୍କ ବିଛାଇବାକୁ ଯୋଜନା କରୁଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ୟୁଏଇ, ଫୁଜେରାହ ବନ୍ଦରଗାହରୁ ମୁମ୍ବାଇ ମଧ୍ୟରେ ରେଳନେଟଓ୍ଵାର୍କ ନିର୍ମାଣ କରାଯିବ। ସମ୍ପୂର୍ଣ୍ଣ ନେଟଓ୍ଵାର୍କ ପାଖାପାଖି ୨୦୦୦ କିଲୋମିଟରରୁ କମ୍‌ ରହିବ। ସର୍ବପ୍ରଥମେ ଏହି ପ୍ରୋଜେକ୍ଟର ବ୍ୟବହାରିତା ଉପରେ ପରୀକ୍ଷଣ କରାଯିବ। ଏଥିରେ ଦେଖିବାକୁ ହେବ କି ଏମିତି କୌଣସି ରେଳ ନେଟଓ୍ଵାର୍କ ବନା ଯାଇ ପାରବି କି ନାହିଁ। ଆବୁ ଧାବିରେ ୟୁଏଇ-ଇଣ୍ଡିଆ କନେକ୍ଲେବ ଦ୍ୱାରା ନ୍ୟାସନାଲ ଏଡଭାଇଜର ବ୍ୟୁରୋ ଲିମିଟେଡ୍‌ର ମ୍ୟାନେଜର ଡାଇରେକ୍ଟର ଓ ଚିଫ୍‌ କନ୍‌ସଲଟେଣ୍ଟ ଅବଦୁଲା ଅଲସେହି ଏହାର ସୂଚନା ଦେଇଛନ୍ତି। ଚଳିତ ସମୟରେ ଅଣ୍ଡରଓ୍ଵାଟର ରେଳ ନେଟଓ୍ଵାର୍କ ଉପରେ ଅନେକ ଦେଶ କାମ କରୁଛି। ଏଥିରେ ଚୀନ, ରୁସ୍‌, କାନ୍ନାଡା ଓ ଆମେରିକାର ନାମ ସାମିଲ ହୋଇଛି।

By amfnews

Related Post