Sun. Jun 8th, 2025

ଏଡ୍‌ସ୍ ଆକ୍ରାନ୍ତ ମହିଳାଙ୍କୁ ଘରୁ ତଡ଼ିଦେଲେ

By amfnews Oct 2, 2018 #Featured
159 Views

କୋରେଇ : ଏଡ୍‌ସରେ ଆକ୍ରାନ୍ତ ହୋଇ ୧୦ ମାସ ତଳେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। କିଛିଦିନ ତଳେ ନିଜେ ଅସୁସ୍ଥ ହେବାରୁ ପରୀକ୍ଷା କରିବା ପରେ ଜଣା ପଡିଲା ସେ ନିଜେ ମଧୢ ସେହି ରୋଗରେ ଆକ୍ରାନ୍ତ। ଏକଥା ଜଣା ପଡିବା ପରେ ପାଦତଳୁ ମାଟି ଖସିଯାଇଥିଲା ସମ୍ପୃକ୍ତ ମହିଳାଙ୍କର। ଏବେ ପୁଣି ବୋଝ ଉପରେ ନଳିତା ବିଡ଼ା ପରି ଶେଷରେ ଶାଶୂଘରୁ ତଡ଼ା ଖାଇବାକୁ ପଡିଛି ମହିଳାଙ୍କୁ। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ମୂଳାପାଳ ପ˚ଚାୟତ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଘଟଣା ମୂତାବକ ପାଣିକୋଇଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳର ଜଣେ ‌ବ୍ୟକ୍ତି ପେଟ ପାଟଣା ପାଇଁ ସୁରଟରେ ରହି କାମ କରୁଥିଲେ। କିଛିଦିନ ସେଠାରେ ରହି ଘରକୁ ଫେରିବା ପରେ ସୁକିନ୍ଦା ଅ˚ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। ବିବାହର ଦୁଇମାସ ପରେ ବାରମ୍ବାର ଦେହ ଅସୁସ୍ଥ ହେବାରୁ ଡାକ୍ତରୀ ପରୀକ୍ଷା ପରେ ସେ ଏଡସ୍‌ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ୨୦୧୭ ମସିହା ଅକ୍ଟୋବର ମାସ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରେ ବିଧବା ସ୍ତ୍ରୀ ମଧୢ ବାରମ୍ବାର ଅସୁସ୍ଥ ହୋଇ ସୁକିନ୍ଦା ସ୍ଥିତ ନିଜ ବାପ ଘରେ ଯାଇ ରହିଥିଲେ। ରକ୍ତ ପରୀକ୍ଷା କରିବାକୁୁ ତାଙ୍କୁ ମଧୢ ଏଡସ୍‌ ହୋଇଥିବା ଜଣାପଡିଥିଲା। ପରେ ସେ ନିଜ ଶାଶୂଘରେ ରହିବାକୁ ଆସିଥିଲେ। ହେଲେ ଶାଶୂ ଏବ˚ ଦିଅର ତାଙ୍କୁ ସେଠାରେ ରହିବା ପାଇଁ ବାରଣ କରିଥିଲେ। ଏପରିକି ଘରୁ ବିଦା କରିବା ସହିତ ନିତ୍ୟ ବ୍ୟବହୃତ ଜିନିଷ ମଧୢ ସାଙ୍ଗରେ ନେବାକୁ ଦେଇ ନଥିଲେ। ସ୍ୱାମୀ ମରିବା ପରେ ପରିବାର ବୋଲି କହିଲେ କେହି ନଥିବାରୁ ଶେଷରେ ନିରୂପାୟ ହୋଇ ମୁଣ୍ତ ଗୁଞ୍ଜିବା ପାଇଁ ଆବାସ ଯାଜନାରେ ଘରଖଣ୍ତେ ଏବ˚ ରାସନକାର୍ଡ ପାଇଁ କୋରେଇ ବିଡିଓ ହେମନ୍ତ କୁମାର ବିହାରୀଙ୍କ ନିକଟରେ ଗୁହାରି କରିଛନ୍ତି।

By amfnews

Related Post