Sat. Mar 7th, 2026

ଏଟିଏମ୍‌ ଲୁଟ୍‌ ପାଇଁ ସିରିଜ୍‌ ବୋମାମାଡ଼, ଅଳ୍କକେ ବର୍ତ୍ତିଲେ ପୁଲିସ୍‌ ଟିମ୍‌

367 Views

ଚାନ୍ଦବାଲି : ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥ ମତୋ ଅଏଲ୍‌ ଇଣ୍ଡିଆ ଛକ ନିକଟରେ ଦୁର୍ବୃତ୍ତମାନେ ଏଟିଏମ୍‌ ଲୁଟ୍‌ ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ତେବେ, ଏଟିଏମ୍‌ ଲୁଟ୍‌ କରିବା ପାଇଁ ସେମାନେ ବୋମାମାଡ଼ କରିଛନ୍ତି। ବୋମାମାଡ଼ରେ ଏଟିଏମ୍‌ର କମ୍ପ୍ୟୁଟର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ପୁଲିସ୍‌ ଟିମ୍‌ ଅଳ୍କକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧ଟା ୪୫ ମିନିଟ୍ ସମୟରେ ୩ ଗୋଟି ବାଇକ୍ ଯୋଗେ ୮ ଜଣ ଦୁର୍ବୃତ୍ତ ମତୋ ଅଏଲ ଇଣ୍ଡିଆ ଛକରେ ପହଞ୍ଚି ଏଟିଏମ୍‌ ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ। ପ୍ରଥମେ ଏସ୍‌ବିଆଇ ଏଟିଏମ୍‌ରେ ବୋମାମାଡ଼ କରିଥିଲେ। ପରେପରେ ଆଉ ୬/୭ଟି ବୋମାମାଡ଼ କରି ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ୟୁନାଇଟେଡ୍‌ ଏଟିଏମ୍‌ରେ ଜଣେ ମାନସିକ ଅକ୍ଷମ ବ୍ୟକ୍ତି ଶୋଇଥିବାରୁ ଉକ୍ତ ଏଟିଏମ୍‌ର କୈାଣସି କ୍ଷତି କରିନଥିଲେ। ଦୀର୍ଘ ୩୦ ମିନିଟ ଧରି ଉକ୍ତ ସ୍ଥାନରେ ଲୁଟେରାମାନେ ଆତଙ୍କ ଚଳାଇଥିଲେ ମଧ୍ୟ ଏଟିଏମ୍‌ ଲୁଟ୍‌ କରିବାରେ ବିଫଳ ହୋଇଥିଲେ। ତେବେ ଖବର ପାଇ ସେଠାରେ ପହଞ୍ଚିଥିବା ପୁଲିସ ଟିମ୍ ଉପରକୁ ଦୁର୍ବୃତ୍ତମାନେ ବୋମା ପକାଇଥିଲେ ମଧ୍ୟ ସେମାନଙ୍କର କୌଣସି କ୍ଷତି ହୋଇନଥିଲ। ଅନ୍ୟଦିଗରେ ସେଠାରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତମାନେ ମତୋ-ଧାମରା ରାସ୍ତାରେ ଫେରାର ହୋଇଯାଇଥିଲେ। ରାତିରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କର ପତ୍ତା ମିଳିନଥିଲା। ଆଜି ସକାଳେ ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ ଓ ଏସ୍‌ଡିପିଓ ଉମାଶଙ୍କର ମହାରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏଟିଏମ୍‌ର କମ୍ପ୍ୟୁଟର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଟ୍ରେଜେରୀ ସମ୍ପୁର୍ଣ୍ଣ ସୁରକ୍ଷିତ ରହିଥିବା ଚାନ୍ଦବାଲି ଏସ୍‌ଡିପିଓ ଶ୍ରୀ ମହାରଣା କହିଛନ୍ତି।

By amfnews

Related Post