Sun. Mar 8th, 2026

ଏଟିଏମ୍‌ ଲୁଟ୍‌ ଉଦ୍ୟମ ବେଳେ ଧରାପଡ଼ିଲେ, ଛେଚା ଖାଇଲେ

178 Views

ଭଦ୍ରକ, ନଭେମ୍ବର ୨୨: ଏଟିଏମ୍‌ ଲୁଟ୍ ଉଦ୍ୟମ ବେଳେ ଲୋକଙ୍କ ହାତରେ ଧରାପଡ଼ି ନିର୍ଧୂମ୍ ଛେଚା ଖାଇଲା ଲୁଟେରା। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ମାଳଦାରେ।

ସୂଚନା ଅନୁସାରେ, ଗତକାଲି ରାତିରେ ମାଳଦା ବଜାରରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌କୁ ଜଣେ ଲୁଟେରା ଭାଙ୍ଗିବା ସହ ଲୁଟ୍ ପାଇଁ ଉଦ୍ୟମ କରୁଥିଲା। ତେବେ ଏହା ଲୋକଙ୍କ ନଜରରେ ପଡ଼ିଯିବାରୁ ସେଠାରୁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ସ୍ଥାନୀୟ ଲୋକେ ତାକୁ କାବୁ କରି ନିର୍ଧୂମ୍‌ ପିଟିଥିଲେ।

injured
ଧରାପଡ଼ିଥିବା ଲୁଟେରା

ଏନେଇ ଭଣ୍ଡାରିପୋଖରୀ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତ ଲୁଟେରାକୁ ଉଦ୍ଧାର କରିଥିଲା। ଏଥିସହ ଏଟିଏମ୍‌ଠାରୁ କିଛି ଦୂରରେ ଅପେକ୍ଷା କରିଥିବା ଏକ କାର୍‌କୁ ମଧ୍ୟ ଜବତ କରାଯାଇଛି। କାର୍‌ ଡ୍ରାଇଭରକୁ ପୁଲିସ୍‌ ଅଟକ ରଖିଛି।

By amfnews

Related Post