208 Views
ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ତଥା (ଜେଡିଏସ) ନେତା ଏଚଡି କୁମାରସ୍ୱାମୀଙ୍କୁ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଅଦାଲତ ପଚରାଉଚରା ପାଇଁ ନୋଟସି ଜାରି କରିଛନ୍ତି । ଏଥିରେ କେବଳ କୁମାରସ୍ୱାମୀଙ୍କୁ ନୁହେଁ ବରଂ ଆହୁରି ୧୫ ଜଣଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି ।
ଏମାନଙ୍କ ବିରୋଧରେ ବେଆଇନ ଭାବେ ରାଜ୍ୟ ସରକାର ପ୍ରକଳ୍ପର ଜମିର ଅଧିସୂଚନା ଫେରାଇ ନେବାର ଅଭିଯୋଗ ଥିବା କୁହାଯାଉଛି । ଏହି ମାମଲାରେ ନ୍ୟାୟାଳୟରେ କୁମାରସ୍ୱାମୀଙ୍କୁ ଅକ୍ଟୋବର ୪ରେ ପଚରାଉଚରା କରାଯିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ ୨୦୧୨ରେ ଚାମରାଜନଗର ଜିଲ୍ଲାର ସନ୍ଥେମାରାହଲ୍ଲୀ ଅଧିବାସୀ ଏମ ମହାଦେବ ସ୍ୱାମୀ ଲୋକାୟୁକ୍ତଙ୍କ ଆଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଅନୁସାରେ ୨୦୦୭ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥାଇ କୁମାରସ୍ୱାମୀ ବେଙ୍ଗାଲୁରୁ ଉନ୍ନୟନ ପ୍ରାଧିକରଣର ଜମିର ଅଧିସୂଚନା ଫେରାଇ ନେଇଥିଲେ । ୩.୩୪ ଏକର ଜମି ବିଲଡରଙ୍କୁ ବିକ୍ରି କରାଯାଇଥିବାର ବି ଅଭିଯୋଗ ରହିଛି।