231 Views
ଭୁବନେଶ୍ବର, ସେପ୍ଟେମ୍ବର ୦୩ : ଭୁବନେଶ୍ୱର ସହର ଉପକଣ୍ଠସ୍ଥ ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ଇଡ୍କୋ ନୋଟିସ୍ କରିଛି। ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଥିବା ଜଣାପଡିଛି ।
ଏକାମ୍ର ହାଟରେ ୬୨ଟି ଷ୍ଟଲ ରହିଛି । ହାଟ ବନ୍ଦ ହୋଇଗଲେ ୧୦୦ରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାରେ ପଡ଼ିବେ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ କାରିଗର ନିଜ ବ୍ୟବସାୟ କରୁଛନ୍ତି।
କରୋନା ପାଇଁ ପ୍ରାୟ ୬ ମାସ ବେପାର ବନ୍ଦ ରହିଥିଲା । ଏବେ ଲକ୍ଡାଉନ୍ ଖୋଲି ସବୁ ସ୍ୱାଭାବିକ ହେବାକୁ ଯାଉଥିବା ବେଳେ ହାଟ ଖାଲି କରିବାକୁ ଇଡ୍କୋର ନିର୍ଦ୍ଦେଶ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଏକାମ୍ର ହାଟ ବ୍ୟବସାୟୀ ସଂଘ ଅନ୍ୟ ଜାଗାରେ ଥଇଥାନ କରିବା ପରେ ହାଟରୁ ହଟାଇବାକୁ ଓ ଏହାର ନବୀକରଣ କରିବାକୁ ଦାବି କରିଛି ।