Sat. Mar 7th, 2026

ଏକାଦଶ ଶ୍ରେଣୀ ଝିଅ ମୁଣ୍ଡରେ ବାଇକ୍‌ ଚଢ଼ାଇ ଖପୁରି ଚୂନା କରି ଦେଲେ ପିଛାକାରୀ ତରୁଣ

223 Views

ଲକ୍ଷ୍ନୌ  :  ସୁଲ୍‌ତାନପୁର ଜିଲ୍ଲାରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ମୁଣ୍ଡରେ ବାଇକ୍‌ ଚଢ଼ାଇ ପିଛାକାରୀମାନେ ଖପୁରି ଚୂନା କରିଦେବାରୁ ଡାକ୍ତରଖାନାରେ ତା’ର ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁସାରେ, ଅଭିଯୁକ୍ତମାନେ ନାବାଳକ ହୋଇଥିବାରୁ ସେମାନଙ୍କୁ ଶନିବାର ଦିନ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।

ଘଟଣାଟି ଅଗଷ୍ଟ ୮ ତାରିଖ ଦିନ ସୁଲ୍‌ତାନପୁରର ଅନ୍ତର୍ଗତ ଲାମ୍ଭୁଆ ଅଞ୍ଚଳରେ ଘଟିଛି। ସ୍କୁଲ୍‌ ଛୁଟି ହେବା ପରେ ଝିଅଟି ସାଇକେଲ ଚଳାଇ ଘରୁକୁ ଫେରୁଥିବା ବେଳେ କେତେକ ମୋଟରସାଇଲେ ଆରୋହୀ ତରୁଣ ତାଙ୍କର ପିଛା କରି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ୧୬ ବର୍ଷୀୟ ଝିଅଟି ଭୟଭୀତ ହୋଇ ଚିତ୍କାର କରିବାରୁ ଲୋକେ ଧାଇଁ ଆସିଲେ ଏବଂ ବାଇକ୍‌ ଆରୋହୀ ତରୁଣମାନେ ଖସି ପଳାଇଗଲେ।

ମାତ୍ର ଝିଅଟି ୫୦୦ ମିଟର ଆଗକୁ ଯାଇଛି କି, ନାହିଁ ପିଛାକାରୀ ତରୁଣମାନେ ତକୁ ତଳେ ମାଡ଼ିବସି ତା’ ମୁଣ୍ଡ ଉପରେ ବାଇକ୍‌ ଚଢ଼ାଇ ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନା ନେବା ସହ ତାଙ୍କ ପରିବାରକୁ ଖବର ଦେଇଥିଲେ।

ଝିଅଟିର ଜେଜେ ଅଭିଯୋଗ ଦାଏର କରିବାକୁ ଲାମ୍ଭୁଆ ଥାନାକୁ ଗଲେ ମାତ୍ର ପୁଲିସ ତାଙ୍କ ଅଭିଯୋଗ ଗ୍ରହଣ କଲେ ନାହିଁ। ପରେ ଅଗଷ୍ଟ ୧୧ ତାରିଖ ଦିନ ଅଭିଯୋଗ ସ୍ୱୀକୃତ ହୋଇଥିଲା।

ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଅଗଷ୍ଟ ୧୪ ତାରିଖ ଦିନ ବାଳିକାଟିର ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଜେଜେଙ୍କ କହିବା ଅନୁସାରେ, ଲକ୍ଷ୍ନୌସ୍ଥିତ କେଜିଏମ୍‌ୟୁ ଡାକ୍ତରଖାନା ଆହତ ଝିଅକୁ ଭର୍ତ୍ତି କରାଇବାକୁ ମନା କରିବାରୁ ତାଙ୍କୁ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା।

By amfnews

Related Post