Sun. Mar 8th, 2026

ଏଏନ୍‌-୩୨ ବିମାନର ଧ୍ୱଂସାବଶେଷ ଠାବ

192 Views

ନୂଆଦିଲ୍ଲୀ: ଦୀର୍ଘ ୮ ଦିନର ଅକ୍ଳାନ୍ତ ଖୋଜ ପରେ ଗତକାଲି ଭାରତୀୟ ବାୟୁସେନା ଅରୁଣାଚଳ ପ୍ରଦେଶରେ ତା’ର ନିଖୋଜ ଏଏନ୍‌-୩୨ ବିମାନର ଧ୍ୱଂସାବଶେଷକୁ ଠାବ କରିବାରେ ସଫଳ ହୋଇଥିଲା। ମଙ୍ଗଳବାର ବିମାନର ଧ୍ୱଂସାବଶେଷ ଠାବ କରାଯିବା ପରେ ବୁଧବାର ସକାଳୁ ଭାରତୀୟ ବାୟୁସେନା ଉଦ୍ଧାରୀ କାର୍ଯ୍ୟ ଆରମ୍ଭ କରିଛି। ଏହି ଉଦ୍ଧାରୀ କାର୍ଯ୍ୟରେ ଭାରତୀୟ ବାୟୁସେନାର ମିଗ୍‌-୧୭ ଓ ଆଡଭାନ୍ସ ଲାଇଟ୍‌ ହେଲିକପ୍ଟର (ଏଏଲ୍‌ଏଚ୍‌)କୁ ସାମିଲ୍‌ କରାଯାଇଛି।

ତେବେ, ଏହି ସର୍ଚ ଅପରେସନରେ ଏଏନ୍‌-୩୨ ବିମାନର ପାଇଲଟ୍‌ ଜୀବତ ରହିଥାନ୍ତୁ ବୋଲି ଆଶା ପ୍ରକଟ କରି ଏକ ଚମତ୍କାରୀକୁ ଅପେକ୍ଷା କରି ରହିଛନ୍ତି ପାଇଲଟ୍‌ ଲ୍ୟୁଟେନାଣ୍ଟ ମୋହିତ ଗର୍ଗଙ୍କ ପରିବାର ଲୋକେ। ଗତକାଲି ବିମାନର ଧ୍ୱଂସାବଶେଷ ଠାବ ହେବା ପରେ ମୋହିତଙ୍କ ପରିବାର ଲୋକ ଏପରି ଆଶା ରଖିଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ତେବେ କ୍ରାସ ବିମାନ ସଂପର୍କିତ ଟିକ୍‌ନିକ୍‌ ଖବର ପରିବାର ଲୋକଙ୍କୁ ଦିଆଯିବ ବୋଲି ଭାରତୀୟ ବାୟୁସେନାର ପ୍ରେମ ପାଲ୍‌ ପ୍ରକାଶ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ କ୍ରାସ୍‌ ବିମାନରେ କେହି ଜୀବତ ଅଛନ୍ତି କି ନାହିଁ ଏଯାବତ୍‌ ଜଣାପଡ଼ି ନାହିଁ। ଆମେ ମୋହିତଙ୍କ ମାଆଙ୍କୁ ଏଯାଏ ବିମାନ କ୍ରାସ ଖବର ଦେଇନୁ। ଆଶା ରଖିଛୁ ଯେ ଏକ ଚମତ୍କାରୀ ହେଉ ଓ ମାଆଙ୍କ ପାଖକୁ ପୁଅ ଫେରୁ ଆସୁ। ଜୋହରତଠାରେ ମୋହିତଙ୍କ ବାପା ସୁରେନ୍ଦ୍ର ପଲ୍‌, ତାଙ୍କ ଦାଦା ଋଷି ପଲ୍‌ ଓ ପତ୍ନୀ ଆସ୍ତା ଖୁସି ଖବର ପାଇଁ ଅପେକ୍ଷା କରି ରହିଛନ୍ତି।
ବମାନଟି କ୍ରାସ କରିଥିବା ସ୍ଥାନ ଅୁଣାଚଳପ୍ରଦେଶର ଡେନ୍‌ସେ ଜଙ୍ଗଲରୁ ୧୬ କିଲୋମିଟର ପର୍ଯ୍ୟନ୍ତ ହେବାକୁ ଥିବା ସର୍ଚ ଅପରେସନରେ ହେଲିକପ୍ଟର ମୁତୟନ ହୋଇଛି। ଗତକାଲି ଚିତା ହେଲିକପ୍ଟର ଓ ଏଏଲ୍‌ଏଚ ମିଳିତ ଭାବେ କରିଥିବା ସର୍ଚ ଅପରେସନରେ ଏଏନ୍‌-୩୨ ବିମାନର ଧ୍ୱଂସାବଶେଷ ଠାବ କରିଥିଲେ। ଜଙ୍ଗଲ ଭିତର ହୋଇଥିବା କାରଣରୁ ଠାବ କରାଯିବା ପରେ ବି ସେଠାରେ ହେଲିକ୍ଟର ଲ୍ୟାଣ୍ଡ୍‌ କରିପାରିନଥିଲା।

ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ୩ ତାରିଖରେ ଆସାମର ଜୋର୍‌ହାଟ୍‌ରୁ ଅରୁଣାଚଳ ପ୍ରଦେଶ ଅଭିମୂଖେ ଉଡ଼ାଣ ଭରିଥିବା ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନଟି ଅରୁଣାଚଳ ପ୍ରଦେଶରେ ଅବତରଣ କିରିବା ପୂର୍ବରୁ ମଝିବାଟରେ ନିଖୋଜ ହୋଇ ଯାଇଥିଲା। ସେବେଠାରୁ ଭାରତୀୟ ବାୟୁସେନା ତା’ର ସମସ୍ତ ଅତ୍ୟାଧୁନିକ ବିମାନ ସମେତ ଇସ୍ରୋ ଉପଗ୍ରହ ଜରିଆରେ ନିଖୋଜ ବିମାନଟିକୁ ସନ୍ଧାନ କରିବା ପାଇଁ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଥିଲା। ଶେଷର ଗତ ଜୁନ୍‌ ୮ ତାରିଖରେ ଭାରତୀୟ ବାୟୁସେନା ପକ୍ଷରୁ ଏହି ନିଖୋଜ ବିମାନ ସଂପର୍କରେ ଯିଏ କୌଣସି ବି ସୂଚନା ପ୍ରଦାନ କରିବ ତା’କୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରସ୍କାର ସୂରୁପ ପ୍ରଦାନ କରିବାକୁ ମଧ୍ୟ ବାୟୁସେନା ଘୋଷଣା କରିଥିଲା।

By amfnews

Related Post