Sun. Mar 8th, 2026

ଏଆଇଏମ୍ଆଇଏମର ବରିଷ୍ଠ ନେତା ବାରିସ୍ ପଠାନଙ୍କୁ ଗିରଫ କରିବାକୁ ଦାବି କଲେ ତେଜସ୍ବୀ ଯାଦବ

308 Views

ନୂଆଦିଲ୍ଲୀ : ଏଆଇଏମ୍ଆଇଏମର ବରିଷ୍ଠ ନେତା ବାରିସ୍ ପଠାନ୍ ହିନ୍ଦୁମାନଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଆଜି ଆରଜେଡିର ବରିଷ୍ଠ ନେତା ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏଭଳି ବୟାନ୍ ନିନ୍ଦନୀୟ। ଏଥିଲାଗି ବାରିସ୍ ପଠାନଙ୍କୁ ଗିରଫ କରାଯାଉ। ସେ ଅଭିଯୋଗ କରିଛନ୍ତି ଯେ ଏଆଇଏମ୍ଆଇଏମ୍ ବିଜେପିର ବି-ଟିମ୍ ଭଳି କାମ କରୁଛି। ସେହିଭଳି ବିଜେପି ନେତା ଅନୁରାଗ ଠାକୁର ଏବଂ ପରବେଶ ବର୍ମାଙ୍କୁ ଗିରଫ କରାଯିବା ଉଚିତ ବୋଲି ମତ ଦେଇଛନ୍ତି ତେଜସ୍ବୀ ଯାଦବ। ଏଭଳି ବିବାଦୀୟ ଟିପ୍ପଣୀ ଲାଗି କଠୋର ଦଣ୍ଡର ବ୍ୟବସ୍ଥା ହେବା ଉଚିତ।

ANI

@ANI

Tejashwi Yadav,RJD on AIMIM’s Waris Pathan: The statement is condemnable, he should be arrested. AIMIM is working like B-team of BJP. Similarly, leaders like Anurag Thakur & Parvesh Varma should also be arrested. Action must be taken against anyone who makes provocative remarks

View image on Twitter
AIMIM Leader's '15 Crore Muslims ?' Remark Triggers Backlash From BJP

ଭିଡିଓରେ, ଇଟାର ଜବାବ ପଥରରେ ଦେବା ଏବେ ଆମେ ଶିଖି ଯାଇଛୁ। କିନ୍ତୁ ଆମ ସମସ୍ତଙ୍କୁ ଏକାଠି ହୋଇ ଚାଲିବାକୁ ପଡ଼ିବା ସହ ସ୍ବାଧୀନ ହେବାକୁ ପଡ଼ିବ। ଯେଉଁ ଜିନିଷ ମାଗିଲେ ମିଳୁ ନାହିଁ, ତାକୁ ଛଡ଼ାଇ ଆଣିବାକୁ ପଡ଼ିବ। ଆମକୁ କହୁଛନ୍ତି କି, ଆମେ ସାମ୍ନାକୁ ନ ଆସି ଆମ ମା’-ଭଉଣୀଙ୍କୁ ଆଗରେ ରଖି ଆନ୍ଦୋଳନ କରୁଛୁ। କେବଳ ମହିଳାମାନେ ବାହାରକୁ ବାହାରିବା ପରେ ତୁମ ଡରରେ ଥରିବାକୁ ଲାଗିଲେଣି। ଯଦି ଆମେ ସବୁ ମିଶି ଆନ୍ଦୋଳନ କରିବୁ, ତେବେ ତୁମ ମାନଙ୍କର କ’ଣ ହେବ। ୧୫କୋଟି ହେଲେ ମଧ୍ୟ ଆମେ ୧୦୦କୋଟି ହିନ୍ଦୁମାନଙ୍କୁ ହରାଇବାର କ୍ଷମତା ରଖିଛୁ ବୋଲି ସେ କହିଥିଲେ।

By amfnews

Related Post