Sun. Mar 8th, 2026

ଏ ମାସରେ ନେସ୍‌ନାଲ୍‌ ଗ୍ୟାଲେରିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାରଗୁଡ଼ିକୁ ନିଲାମ କରି ପାରନ୍ତି ସରକାର

192 Views

ନୂଆଦିଲ୍ଲୀ, ଜାନୁଆରୀ ୨୦ : ଏ ମାସରେ ନୂଆଦିଲ୍ଲୀସ୍ଥିତ ନେସ୍‌ନାଲ୍‌ ଗ୍ୟାଲେରି ଅଫ୍‌ ମର୍ଡର୍ଣ୍ଣ ଆର୍ଟ (ଏନ୍‌ଜିଏମ୍‌ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଥିବା ଉପହାର ଓ ସ୍ମାରକୀଗୁଡ଼ିକୁ ନିଲାମ କରି ପାରନ୍ତି ଏବଂ ସେଥିରୁ ପ୍ରାପ୍ତ ଅର୍ଥ ମହତ୍‌ କାର୍ଯ୍ୟରେ ବ୍ୟୟ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି।

ଆସନ୍ତା ୧୦/୧୫ ଦିନ ମଧ୍ୟରେ ନିଲାମ କରାଯିବା ଲାଗି ଯୋଜନା ଚାଲିଛି ବୋଲି ଶ୍ରୀ ଶର୍ମା କହିଛନ୍ତି।ଗଙ୍ଗା ନଦୀର ପୂର୍ବ ସ୍ୱଚ୍ଛତା ଓ ସଂରକ୍ଷଣ ସକାଶ କେନ୍ଦ୍ର ସରକାର ଗ୍ରହଣ କରିଥିବା ଅଭିଯାନ ‘ନମାମି ଗଙ୍ଗା’ ଲାଗି ଏହି ନିଲାମରୁ ପ୍ରାପ୍ତ ଅର୍ଥ ଦିଆଯିବ।

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଚିତ୍ରପଟ, ଫଟୋ, ପଗଡ଼ି, ଶାଲ୍‌, ସ୍ଥାପତ୍ୟ ଏବଂ ଅନ୍ୟାନ୍ୟ ଜିନିଷ ସମେତ ୧, ୮୦୦ରୁ ଅଧିକ ଜିନିଷପତ୍ର ରହିଛି।
ଦୁଇ ଦିନରୁ ଊର୍ଦ୍ଧ୍ୱକାଳ ଧରି ଉପସ୍ଥିତି ନିଲାମ କରାଯିବା ପରେ ତିନି ଦିନ ଲାଗି ଇ-ସେଲ୍‌ କରାଯିବ।

ସଂସ୍କୃତି ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏନ୍‌ଜିଏମ୍‌ଏ ସ୍ଥାୟୀ ପ୍ରଦର୍ଶନ ଲାଗି ଗ୍ୟାଲେରି ପରିଚାଳନା କରେ ଓ ସ୍ୱତନ୍ତ୍ର ଚିତ୍ର ପ୍ରଦର୍ଶନୀ ଆୟୋଜନ କରେ। ଗତ ବର୍ଷ ଅକ୍ଟୋବର ମାସରେ ମଧ୍ୟ ଏନ୍‌ଜିଏମ୍‌ଏ ମୋଦି ପାଇଥିବା ଉପହାରବଳୀର ପ୍ରଦର୍ଶନୀ ଆୟୋଜିତ କରିଥିଲା।

By amfnews

Related Post