Sun. Mar 8th, 2026

ଋଣ ପରିଶୋଧ ପାଇଁ ୨୧,୭୦୦ କୋଟିର ସମ୍ପତ୍ତି ବିକ୍ରି କରିବେ ଅନୀଲ ଅମ୍ବାନୀ

226 Views

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ତଥା ରାଫେଲ ଡିଲ୍‌ର ଅଫଶୋର୍ ପାର୍ଟନର ଅନୀଲ ଅମ୍ବାନୀଙ୍କ ଉପରେ ଦିନକୁ ଦିନ ଋଣ ବୋଝ ବଢ଼ିବାରେ ଲାଗିଛି। ଏହାକୁ ପରିଶୋଧ କରିବା ପାଇଁ ଅନୀଲ ଅମ୍ବାନୀ ଏବେ ତାଙ୍କ ପାଖରେ ଥିବା ୨୧,୭୦୦ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିବାକୁ ଯୋଜନା କରୁଛନ୍ତି।

ରିଲାଏନ୍ସ ଗ୍ରୁପ୍‌ର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ରିଲାଏନ୍ସ ଭିତ୍ତିଭୂମି ଲିଃ ତା’ ପାଖରେ ଥିବା ୯ଟି ରାସ୍ତା ପ୍ରକଳ୍ପ ବିକ୍ରି କରିବ। ଏହାର ମୂଲ୍ୟ ୯ ହଜାର କୋଟି। ସେହିପରି ରିଲାଏନ୍ସ କ୍ୟାପିଟାଲ ଲିଃ ଗୋଟିଏ ରେଡିଓ ୟୁନିଟ ବିକ୍ରି କରି ୧,୨୦୦ କୋଟି ପାଇବ। ଆର୍ଥିକ ବ୍ୟବସାୟରୁ ବାକି ୧୧,୫୦୦ କୋଟି ଟଙ୍କା ପାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

ବର୍ତ୍ତମାନ ଅନୀଲ ଅମ୍ବାନୀଙ୍କ ଉପରେ ୯୩,୯୦୦ କୋଟି ଟଙ୍କାର ଋଣ ପଡ଼ି ରହିଛି। ତେବେ ଗତ ୧୪ ମାସ ମଧ୍ୟରେ ଅନୀଲ ଅମ୍ବାନୀ ବିଭିନ୍ନ କମ୍ପାନୀକୁ ୩୫,୦୦୦ କୋଟି ଟଙ୍କାର ଋଣ ପରି‌ଶୋଧ କରିଛନ୍ତି।

ସୂଚନା ଅନୁଯାୟୀ, ରିଲାଏନ୍ସ ନୋଭାଲ ଓ ଇଞ୍ଜିନିୟରିଂ ଉପରେ ୭ ହଜାର କୋଟି, ରିଲାଏନ୍ସ କ୍ୟାପିଟାଲ ଉପରେ ୩୮ ହଜାର କୋଟି, ରିଲାଏନ୍ସ ପାୱାର ଉପରେ ୩,୦୦୦ କୋଟି ଓ ରିଲାଏନ୍ସ ଭିତ୍ତିଭୂମି ଉପରେ ୧୭,୮୦୦ କୋଟି ଟଙ୍କାର ଋଣ ପରିଶୋଧ କରାଯିବାକୁ ବାକି ରହିଛି।

By amfnews

Related Post