Sat. Nov 23rd, 2024

ଋଣ କରାଇଦେବା ନାଁରେ ଠକେଇ

rklsanchar@gmail.com' By J.N. Pradhan Jul 20, 2018 #Featured
189 Views

ରାଉରକେଲା, ୨୦/୭ : ରାଉରକେଲା ପୋଲିସ ଜିଲ୍ଳା ଅଧିନରେ ଥିବା ଛେଣ୍ଡ ଥାନା ଅଞ୍ଚଳରେ ଧାମରା ବସ୍ତିର ରାମକୃଷ୍ଣ ସ୍କୁଲ ନିକଟରେ ଥିବା ବସ୍ତିରେ ରହୁଥିବା ସୁମିତ୍ରା ସିନ୍ଧ୍ରିଆ ନାମକ ଜଣେ ମହିଳା ଅନଲାଇନ ମାଧ୍ୟମରେ ମିଥିଳେଶ ସିଂହ ନାମକ ଜଣେ ବ୍ୟକ୍ତି ସମ୍ପର୍କରେ ଆସିଥିଲେ । ଯିଏକି ନିଜକୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏମ୍ଏସ୍ଏମଇ ମନ୍ତ୍ରଣାଳୟର କର୍ମଚାରୀ କହି ବେକାର ମହିଳା ଓ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଥିବା କେନ୍ଦ୍ରୀୟ ଯୋଜନାରେ ଅର୍ଥ ମଞ୍ଜୁର କରାଇଦେବାର ଲୋଭ ଦେଖାଇଥିଲା ।

କାଳକ୍ରମେ ହଠାତ୍ ଏମଏସଏଇ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦସ୍ତଖତ ଥିବା ଏକ ଚିଠିନମ୍ବର ପିଏମଇଡିପି / ଡିକେୱାସି/ଡିକେୱାଇ ସି ୨୦୧୭-୧୮/୧୧୦୨୨୪ ତା ୨୭ ।୬ ।୧୮ରେ ସିନ୍ଧ୍ରିଆଙ୍କ ପାଖକୁ ଏକ ଚିଠି ଆସିଥିଲା ଯେଉଁଥିରେ ୩ ଲକ୍ଷ ଟଙ୍କାର ଲୋନ ହୋଇଯାଇଥିବା ନେଇ ଉଲ୍ଳେଖ ଥିଲା । ତେବେ ଏହି ଲୋନ ପାଇବାକୁ ହେଲେ ନିୟମ ଅନୁସାରେ କିଛି ଟଙ୍କା ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସର ଯେ କୌଣସି ଶାଖାରେ ଏକାଉଣ୍ଟ ନମ୍ବର ୧୫୦୮୨୧୯୩୦୦୦୦୨୯ରେ ଜମା କରିବା ପାଇଁ କୁହାଯାଇଥିଲା ।

୩ ଲକ୍ଷ ଟଙ୍କା ରୁଣ ପାଇବା ପାଇଁ ଶ୍ରୀମତୀ ସିନ୍ଧ୍ରିଆ ବ୍ୟାଙ୍କରେ ପର୍ଯ୍ୟାୟକ୍ରମେ କ୍ରମେ ୩/୪ଟି କିସ୍ତିରେ ମୋଟ ୮୦ ହଜାରେ ଟଙ୍କା ଜମା କରିବା ପରେ ରୁଣ ଟଙ୍କା ନଆସିବାରୁ ଶେଷରେ ସେ ଶ୍ରୀ ସିଂହଙ୍କୁ ଫୋନ କରିଥିଲେ । ତେବେ ପ୍ରଥମେ ପ୍ରଥମେ ଫୋନ ଉଠାଉଥିବା ଆଉ ଫୋନ ନଉଠାଇଉାରୁ ସେି ଠକେଇର ଶିକାର ହୋଇଯାଇଥିା ଜାଣିପାରି ଆଜି ସୁମିତ୍ରା ମୀନତୀ ଦେବାତଙ୍କ ସହ ଆଇ ଛେଣ୍ଡ ଥାନରେ ପରେ ସାଇର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

Related Post