Sat. Mar 7th, 2026

ଉଡ଼ାଣ ବନ୍ଦ କରିବାକୁ ଏୟାର ଇଣ୍ଡିଆ ପାଇଲଟ୍‌ଙ୍କ ଧମକ

471 Views

ନୂଆଦିଲ୍ଲ: ଆମ ଭତ୍ତା ତୁରନ୍ତ ନଦେଲେ ଉଡ଼ାଣ ବନ୍ଦ କରିବୁ ବୋଲି ଏୟାର ଇଣ୍ଡିଆର ପାଖାପାଖି ୭୦୦ ପାଇଲଟ୍‌ ଧମକ ଦେଇଛନ୍ତି। ଭାରତୀୟ କମର୍ସିଆଲ୍‌ ପାଇଲଟ୍‌ ସଂଘ ପକ୍ଷରୁ ଏ ବିଷୟରେ କଂପାନିକୁ ଜଣାଇ ଦିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ କଂପାନିର ଅନେକ କର୍ମଚାରୀଙ୍କୁ ବିଳମ୍ବରେ ହେଲେ ମଧ୍ୟ ସମ୍ପୂର୍ଣ୍ଣ ବେତନ ପ୍ରଦାନ କରାଯାଇଛି। କିନ୍ତୁ ଆମକୁ ଉଡ଼ାଣ ଭତ୍ତା (ଫ୍ଲାଇଙ୍ଗ୍‌ ଆଲାଉନ୍‌ସେସ୍‌) ଦିଆଯାଇନାହିଁ। ପାଇଲଟ୍‌ଙ୍କ ଦରମାର ଏକ ସିଂହ ଭାଗ ଏହି ଭତ୍ତା ଜରିଆରେ ମିଳିଥାଏ।

By amfnews

Related Post