Fri. Jan 24th, 2025

ଉଲ୍ଲେଖନୀୟ ସେବା ପାଇଁ ରାଉରକେଲା କେନ୍ଦ୍ରୀୟ ଜିଏସ୍ଟିର ଦୁଇ ଅଧିକାରୀ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ

rklsanchar@gmail.com' By J.N. Pradhan Jul 2, 2018 #Featured
196 Views

ରାଉରକେଲା, ୨/୭: ଜିଏସ୍ଟିର ବର୍ଷ ପୂର୍ତ୍ତି ପାଳନ ପରିପ୍ର୍ରେକ୍ଷୀରେ ରାଉରକେଲା କେନ୍ଦ୍ରୀୟ  ଜିଏସ୍ଟିର ଦୁଇ ଅଧିକାରୀ ଅଧୀକ୍ଷକ ଧରମବୀର କୁମାର ଓ ନିରୀକ୍ଷକ ରାଜହଂସ ଅମ୍ବସ୍ତ ନିଜ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଜି ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ଉଭୟ ଅଧିକାରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ଭୁବନେଶ୍ୱରର ଜୟଦେବ ଭବନ ଠାରେ ସମ୍ମାନିତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ରାଉରକେଲା କେନ୍ଦ୍ରୀୟ ଜିଏସ୍ଟି କାର୍ଯ୍ୟାଳୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ମହଲରୁ ଦୁଇ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ତଥା ଶୁଭେଚ୍ଛାର ସୁଅ ଛୁଟିଛି । ଗତ ବର୍ଷ ଜୁଲାଇ ୧ରୁ ସାରା ଦେଶରେ ଜିଏସ୍ଟି କାର୍ଯ୍ୟକାରୀ ହୋଇଥିଲା । ଗତକାଲି ଜିଏସ୍ଟିକୁ ପ୍ରଥମ ବର୍ଷ ପୂର୍ତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି  ଭୁବନେଶ୍ୱରର ଜୟଦେବ ଭବନ ଠାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍ଟି ବର୍ଷପୂର୍ତ୍ତି ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା ।

ଏହି ସମାରୋହରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ, ରାଜ୍ୟ ବାଣିଜ୍ୟକର କମିଶନର ଶାଶ୍ୱତ ମିଶ୍ର, କେନ୍ଦ୍ରୀୟ ଜିଏସ୍ଟି ଓଡିଶା ଚିଫ୍ କମିଶନର ରାକେଶ କୁମାର ଶର୍ମାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ରାଉରକେଲା କେନ୍ଦ୍ରୀୟ ଜିଏସ୍ଟି କାର୍ଯ୍ୟାଳୟର ଅଧିକ୍ଷକ ଶ୍ରୀ କୁମାରଙ୍କ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।

ଜିଏସ୍ଟି ସମ୍ପର୍କରେ ଜନସଚେତନତା ସୃଷ୍ଟି ସହିତ ଜିଏସ୍ଟିର ସଫଳ ରୂପାୟନ କ୍ଷେତ୍ରରେ ତାଙ୍କର ପ୍ରଶଂସନୀୟ ଉଦ୍ୟମ ଯୋଗୁଁ କେନ୍ଦ୍ର ସରକାରଙ୍କ ସୁପାରିଶ କ୍ରମେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ରାଉରକେଲା କାର୍ଯ୍ୟାଳୟର ଅନ୍ୟତମ ନିରୀକ୍ଷକ ଶ୍ରୀ ରାଜହଂସଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ରାଉରକେଲା କେନ୍ଦ୍ରୀୟ ଜିଏସ୍ଟି କାର୍ଯ୍ୟାଳୟ ସ୍ୱଚ୍ଛତା ଅଭିଯାନରେ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ଟିକସ ଆଦାୟ କ୍ଷେତ୍ରରେ ସଂସ୍ଥା ସାରା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ।

Related Post