Sat. Mar 7th, 2026

ଉଭୟ ଲୋକସଭା ଏବଂ ବିଧାନସଭାରେ ବିଜେପି ଆଗରେ

268 Views

ଇଟାନଗର : ଅରୁଣାଚଳ ପ୍ରଦେଶରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେଉଥିଲାବେଳେ ଆଜି ଭୋଟ୍‌ ଗଣତିରେ ଶେଷଖବର ସୁଦ୍ଧା ବିଜେପି ୧୭ଟି ଆସନରେ ଆଗୁଆ ରହିଛି। ପ୍ରାଥମିକ ଟ୍ରେଣ୍ଡ ଅନୁସାରେ ୨ଟିଯାକ ଲୋକସଭା ଆସନରେ ମଧ୍ୟ ବିଜେପି ଆଗୁଆ ରହିଛି। ବର୍ତ୍ତମାନ ମଧ୍ୟ ଭୋଟ୍‌ ଗଣତି ଚାଲୁ ରହିଛି।

କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜ୍ଜୁ ୩୦,୫୪୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ୨୦୧୪ ମସିହାରେ ରିଜ୍ଜୁ କଂଗ୍ରେସର ଟାକମ୍‌ ସଞ୍ଜୟଙ୍କୁ ୪୧,୭୩୮ ଭୋଟ୍‌ରେ ହରାଇଥିଲେ। ଅରୁଣାଚଳ ପୂର୍ବ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଟାପିର ଗାଓ ୧୩,୪୭୭ ଭୋଟ୍‌ରେ ଆଗୁଆ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ଲୋୱାଙ୍ଗଚା ୱାଙ୍ଗଲାଟ୍‌ ତାଙ୍କ ବିପକ୍ଷରେ ଅଛନ୍ତି।ସେହଭଳି ବିଧାନସଭା ନିର୍ବାଚନରେ ଉପମୁଖ୍ରମନ୍ତ୍ରୀ ଚୋଆଁ ମେଁ ୯୧୬ ଭୋଟ୍‌ରେ ଆଗୁଆ ଅଛନ୍ତି। ବିଜେପିର କିପା ବାବୁ ଜନତା ଦଳ (ୟୁ) ପ୍ରାର୍ଥୀ ଟେଚି କାସୋଙ୍କଠାରୁ ୧୨୮ ଭୋଟ୍‌ରେ ଆଗୁଆ ଅଛନ୍ତି।

ଅନ୍ୟପକ୍ଷରେ ୩ଟି ଆସନରେ ବିଜେପି ବିଜୟ ଲାଭ କରି ଖାତା ମଧ୍ୟ ଖୋଲିସାରିଲାଣି। କେଣ୍ଟୋ ଜିନି ଆଲୋଙ୍ଗ ପୂର୍ବରୁ, ତାବା ଟେଡିର ୟାଚୁଲିରୁ ଏବଂ ଦିରାଙ୍ଗରୁ ଫୁର୍ପା ସେରିଙ୍ଗରେ ବିଜୟ ଲାଭ କରିଛନ୍ତି। ଅରୁଣାଚଳରେ କଡ଼ା ସୁରକ୍ଷା ମଧ୍ୟରେ ୨ଟି ଲୋକସଭା ଏବଂ ୫୭ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ଚାଲିଛି।

By amfnews

Related Post