Wed. Nov 6th, 2024

ଉପରେ କୁକୁଡା ଖାଦ୍ୟ ଓ ଭିତରେ ଥିଲା 2 ଟନ ଗଞ୍ଜେଇ, ଧରି ପକାଇଲା ଅବକାରୀ ଗୁଇନ୍ଦା ବିଭାଗ

By amfnews Jan 30, 2021 #Featured
180 Views

ବ୍ରହ୍ମପୁର, ଜାନୁଆରୀ 30 : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ କାରବାର  । ପୁଣି ବ୍ରହ୍ମପୁରରୁ ଜବତ ହେଲା 2 ଟନ ଗଞ୍ଜେଇ  । କୁକୁଡା ଖାଦ୍ୟ ଟ୍ରକରେ ଚାଲାଣ ବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ  ।

କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ ବେଳେ 2 ଟନ ଗଞ୍ଜେଇ ଜବତ ହୋଇଛି  । ଜାତୀୟ ରାଜପଥ 16ର ବ୍ରହ୍ମପୁର କନିଷି ନିକଟରେ ଗଞ୍ଜେଇ ଚାଲାଣ ଗାଡିକୁ ଅବକାରୀ ଗୁଇନ୍ଦା ବିଭାଗ ଯାଞ୍ଚ କରିଥିଲା  । ସେଥିରେ କୁକୁଡା ଖାଦ୍ୟ ବୋଝେଇ ହୋଇ ନିଆଯାଉଥିଲା  । ସେହି ଗାଡିରେ ଉପରେ କୁକୁଡା ଖାଦ୍ୟ ଓ ଭିତରେ ଥିଲା 2 ଟନ  ଗଞ୍ଜେଇ  । ଡ୍ରାଇଭରକୁ ଅଟକ୍ ରଖି ପଚରାଉଚରା କରାଯାଉଛି  । ଏହି ଚେର କେତେ ଦୂର ଲମ୍ବିଛି ତାହା ଜଣାପଡିବ ବୋଲି ଆଶଙ୍କା କରାଯାଉଛି  । ପୂର୍ବରୁ ନଡ଼ିଆ କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେବା ସମୟରେ ଅବକାରୀ ଗୁଇନ୍ଦା ବିଭାଗ ଧରିଥିଲା  ।

By amfnews

Related Post