Sat. Mar 7th, 2026

ଉପର ଜାତିର ଝିଅକୁ ପ୍ରେମ କରିବାରୁ ଦଳିତ ପୁଅକୁ ଜାଳିଦେଲେ ପ୍ରେମିକାର ପରିବାର ଲୋକ

209 Views

ଲକ୍ଷ୍ନୌ  :   ଦଳିତ ହୋଇଥିବା କାରଣରୁ ଉପର ଜାତିର ପ୍ରେମିକା ଘର ଲୋକ ପ୍ରେମିକକୁ ଜୀବନ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ମିଳିଛି। ପିଲାଟିର ହତ୍ୟା ସଂପର୍କରେ ପଚରା ଯିବାରୁ ଏବେ ସେ ଗ୍ରାମର କୁନି ପିଲାମାନେ ବି ସେହି ଉତ୍ତର ଦେଉଛନ୍ତି ଯେ ସେ ଜଣେ ଦଳିତ ହୋଇଥିବା କାରଣରୁ ତାଙ୍କ ସହ ଏପରି ଘଟିଛି।

୨୩ ବର୍ଷିଅ ଯୁବକ ଅଭିଶଶାଙ୍କ ପଲ୍‌କୁ ସ୍ଥାନୀୟ ଲୋକେ ବିରାଟ କୋହଲି ବୋଲି ଡାକନ୍ତି। ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ୩ଟି ଗୁଣ ପାଇଁ ପ୍ରାୟ ସମସ୍ତ ଜାଣନ୍ତି। ସେ ଅତ୍ୟନ୍ତ ଲାଜୁଆ ସ୍ୱାଭବର। ପାଠ ପଢ଼ା ପରି କ୍ରିକେଟ୍‌ ଖେଳରେ ବି ଖୁବ୍‌ ଭଲ ଓ ସେ ଗ୍ରାମର ଜଣେ ଉପର ଜାତିର ଝିଅ ସହ ତାଙ୍କର ପ୍ରେମ ସଂପର୍କ ଥିଲା।

ଅଭିଶଶାଙ୍କଙ୍କ ଉପରେ ତାଙ୍କ ପୂରା ପରିବାର ଭରସା ରଖିଥିଲେ। ସେ ରୋଜଗାର କରିଥିଲେ ପରିବାର ଦାରିଦ୍ର୍ୟ ଯାଇଥାନ୍ତା। ମାତ୍ର ସେମାନଙ୍କ ଆଶା ଆଶାରେ ରହିଗଲା। ପୁଅ ଜଣେ ୁପର ଜାତିର ଝିଅକୁ ପ୍ରେମ କରି ବସିବାରୁ ନିଆଁରେ ଜାଳିଦେଲେ ପ୍ରେମିକାର ଘର ଲୋକ।

By amfnews

Related Post