ଭୁବନେଶ୍ବର , ଡିସେମ୍ବର ୦୮ : ୨୦୧୭ରେ ସମୁଦାୟ ଯେତିକି ଭୋଟ ପଡିଥିଲା, ଏଥର ତା ଠାରୁ ୪୬୦ ଖଣ୍ଡ ଭୋଟ ଅଧିକ ପଡିଛି। କିନ୍ତୁ ଗତଥର ଯେତିକି ଲୋକ ପସନ୍ଦ କରିଥିଲେ,ଏଥର ତାର ଅଢେଇ ଗୁଣାରୁ ଅଧିକ ଲୋକ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଶଙ୍ଖ ଚିହ୍ନକୁ ସମର୍ଥନ ଜଣାଇଛନ୍ତି। ଗତଥର ତୁଳନାରେ ବିେଜଡିକୁ ୫୬୫୪ ଖଣ୍ଡ ଭୋଟ ଅଧିକ ମିଳିଛି। ଏଥିସହିତ ବହୁଚର୍ଚ୍ଚିତ ମୟୂରଭଂଜ ଜିଲ୍ଲାର ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରଘୁନାଥ ମାଝୀ ୪୨୧୨ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ କୁତୁଲ ହାଁସଦାଙ୍କୁ ହରାଇଛନ୍ତି।
ସାଧାରଣ ନିର୍ବାଚନ ପୂର୍ବରୁ ୧୭ହଜାର ୭୬୧ ଖଣ୍ଡ ଭୋଟ ଓ ଗୋଟିଏ ଜେନର ଏହି ନମୁନା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ପଞ୍ଚାୟତ ନିର୍ବାଚନରେ ଯେଉଁ ଜିଲ୍ଲାର ଭୋଟର ବିେଜଡିର ଶଙ୍ଖନାଦ ଅପେକ୍ଷା ବିଜେପିର ପଦ୍ମଫୁଲ ଦ୍ବାରା ଅଧିକ ଆକର୍ଷିତ ହୋଇଥିଲେ, ମାତ୍ର ମାସ େକତେଟା ଭିତରେ ସେମାେନ ଗେରୁଆ ଦଳରୁ ମୁହଁ େଫରାଇବା ଘଟଣା ରାଜନୈତିକ ମହଲକୁ ବିସ୍ମିତ କରିଛି। ଏମିତିରେ ବି ଗତ ଦିନରେ ଏହି ଆସନରେ ନା କେେବ ଜନତା ଦଳ ପ୍ରାର୍ଥୀ ଜିତିଛନ୍ତି ନା ବିେଜଡି ଗଠନ େହବା ଦିନଠାରୁ ଏହି େଜାନ ଦଖଲ କରିଥିଲା। ଏଣୁ ଏହି ଫଳାଫଳ ବିେଜଡିକୁ ଉଲ୍ଲସିତ କରିଛି। ବିେଜପି ପାଇଁ ସତର୍କ ଘଣ୍ଟି ସଦୃଶ େହାଇଛି। ଜେଏମ୍ଏମର ପତିଆରା କମୁଥିବା ସଂପର୍କରେ ସୂଚାଇ େଦଉଛି ଓ କେଂଗ୍ରସର ହାତକୁ ମୟୂରଭଂଜବାସୀ ଭରସା କରିପାରୁନାହାନ୍ତି, ଏକଥା ପ୍ରମାଣିତ କରୁଛି। ପୂର୍ବରୁ ବାେଲଶ୍ବର ଜିଲ୍ଲାରେ ମଧ୍ୟ ବିେଜପି ହାତରୁ େଗାଟିଏ େଜାନ୍ ଖସିଥିଲା।
ଉଲ୍ଲେଖଯୋଗ୍ୟ, ଆଜି ଯାଜପୁର, େକନ୍ଦୁଝର, ରାୟଗଡା, ଅନୁଗୁଳ, ନୟାଗଡ, କଟକ, ନବରଙ୍ଗପୁର, େକାରାପୁଟ, ମୟୂରଭଂଜ, ବାଲେଶ୍ବର, କଳାହାଣ୍ଡି, େଢଙ୍କାନାଳ, ସୁନ୍ଦରଗଡ ଭଳି ୧୩ଟି ଜିଲ୍ଲାର େଗାଟିଏ ଜିଲ୍ଲା ପରିଷଦ, ୧୦ଟି ସରପଞ୍ଚ, ୭ଟି ସମିତି ସଭ୍ୟ ଲାଗି େହାଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଆମ ପ୍ରତିନିଧିଙ୍କ ସୂଚନା ମୁତାବକ, େକନ୍ଦୁଝରରେ ସମିତି ସଭ୍ୟ ନିର୍ବାଚନରେ ସ୍ଥାନୀୟ ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ପ୍ରଚାର ସତ୍ତ୍ବେ ସନା ସମର୍ଥକ ବିଜୟ ଲାଭ କରିଛନ୍ତି। ମୟୂରଭଂଜ ଓ କଳାହାଣ୍ଡିର େଗାଟିଏ େଲଖାଏଁ ଆସନରେ ବିେଜପି ସମର୍ଥକ ପ୍ରାର୍ଥୀ ଜିତିଛନ୍ତି।
ବିେଜଡି େନତାମାେନ କହିଛନ୍ତି େଯ ୨୦୧୭ରେ ପଞ୍ଚାୟତ ନିର୍ବାଚନ ପରେ ଏ ପର୍ଯ୍ୟନ୍ତ କୌଣସି େଗାଟିଏ ବି ନିର୍ବାଚନରେ ବିେଜଡି ପ୍ରାର୍ଥୀ ପରାଜିତ େହାଇନାହାନ୍ତି। ଏଥିରୁ ବିେଜଡି ପ୍ରତି ଓଡ଼ିଶାବାସୀଙ୍କର ସମର୍ଥନ ଅତୁଟ ରହିଥିବା ପ୍ରମାଣିତ େହଉଛି। ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ସାଧାରଣ ସଂପାଦକ ଅରୁଣ ସାହୁ, ସମୀର ରଂଜନ ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ, େବ୍ୟାମକେଶ ରାୟ ଓ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।