Sun. Mar 8th, 2026

ଉପଦ୍ରବ ମଚାଉଛନ୍ତି ହାତୀ ପଲ

223 Views

ରାଉରକେଲା  : ରାଉରକେଲା ସହର ପାଖ ଜଲାଦ ହାତୀବନ୍ଧ ଅଞ୍ଚଳକୁ ୧୮ଟି ହାତୀ ପଶି ଆସି ଉପଦ୍ରବ ମଚାଇଛନ୍ତି। ହାଇୱେଠାରୁ ମାତ୍ର ୨ କିମି ଦୂରରେ ଏବେ ହାତୀପଲ ଥିବାରୁ ସାଧାରଣ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

ଏହି ହାତୀ ପଲ କେତେବେଳେ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଗାଁରେ ପଶି ତାଣ୍ଡବ ରଚୁଛନ୍ତି।  ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଏହି ହାତୀ ପଲ ସହର ଭିତରକୁ ହାତୀ ପଶିବା ଆଶଙ୍କାରେ ବନ କର୍ମଚାରୀ ସଜାଗ ଅଛନ୍ତି। ହାତୀ ଘଉଡ଼ାଇବା ପାଇଁ ୫୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ସଜାଗ ରହିଛନ୍ତି।

By amfnews

Related Post