105 Views
ଲକ୍ଷ୍ନୌ : ଲକ୍ଷ୍ନୌର କେଜିଏମ୍ୟୁ( କିଙ୍ଗ୍ ଜର୍ଜ୍ସ ମେଡିକାଲ ୟୁନିଭର୍ସିଟି) ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି ଉନ୍ନାଓ ପୀଡିତା | ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି। ତେବେ କଂଗ୍ରେସର ମହାସଚିବ ତଥା ପଶ୍ଚିମ ଉତ୍ତରପ୍ରଦେଶର କଂଗ୍ରେସ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟରରେ ପୀଡ଼ିତାଙ୍କୁ ମୃତ ବୋଲି ଘୋଷଣା କରିଦେଇଛନ୍ତି | ପରେ ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ସିନ୍ଧିଆ ଏହାକୁ ଡିଲିଟ କରିଦେଇଛନ୍ତି |