Sat. Mar 7th, 2026

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବୟାନ ରେକର୍ଡ କରିଲା ସିବିଆଇ

328 Views

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି  ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ଜଣାଯାଇଛି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସିବିଆଇ ବୟାନ ରେକର୍ଡ କରିପାରୁ ନଥିଲା।  ଏବେ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାପରେ ସିବିଆଇ ଦୁର୍ଘଟଣା ମାମଲାରେ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୭ ତାରିଖରେ ଉତ୍ତର ପ୍ରଦେଶର ରାଏବରେଲିରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ମାରିବା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ ଉତ୍ତର ପ୍ରଦେଶ ସରକାର। ଏସଂପର୍କରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଔପଚାରିକଭାବେ ଅନୁରୋଧ କରିଥିଲେ

ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂହ ସେଙ୍ଗର, ତାଙ୍କ ଭାଇ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ ରାଏବରେଲିର ଗୁରୁବକ୍ସଗଞ୍ଜ ଥାନାରେ ହତ୍ୟା ମାମଲା ରୁଜ୍ଜୁ ହୋଇଥିଲା। ରୁଜ୍ଜୁ ହୋଇଥିବା ଏଫ୍ଆଇଆରରେ ୧୫-୨୦ ଜଣ ଅଚିହ୍ନା ଲୋକଙ୍କ ନାଁ ରହିଛି। ଆଇପିସିର ଧାରା ୩୦୨, ୩୦୭, ୫୦୬, ୧୨୦ ବି ଅନୁଯାୟୀ ଏଫ୍ଆଇଆର ରୁଜୁ ହୋଇଥିଲା।

By amfnews

Related Post