Fri. Mar 6th, 2026

ଉତ୍ତରାଖଣ୍ଡରେ ୭୫ ହେକ୍ଟର ଜଙ୍ଗଲରେ ଲାଗିଲା ନିଆଁ

376 Views

ନୂଆଦିଲ୍ଲୀ, ନଭେମ୍ବର ୦୫ : ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ କାରଣରୁ  ଜଙ୍ଗଲ ଅସୁରକ୍ଷିତ ହେବାରେ ଲାଗିଛି । ସେପ୍ଟେମ୍ବର ପରେ ବର୍ଷା ନ ହେବାରୁ ପାଣିପାଗ ଶୁଖିଲା ହୋଇଯାଇଛି। ଏହି କାରଣରୁ ଅକ୍ଟୋବରରୁ ଉତ୍ତରାଞ୍ଚଳର ଜଙ୍ଗଲ ହୁ ହୁ ହୋଇ ଜଳୁଛି। ଏହା ଯୋଗୁଁ ପ୍ରଥମ ଥର ଅକ୍ଟୋବରରୁ ଜଙ୍ଗଲ ନିଆଁର ମନିଟରିଂ ଆରମ୍ଭ କରାଯାଇଛି। ଗତ ଦେଢ଼ ମାସ ହେବ ୭୫ ହେକ୍ଟରରୁ ଅଧିକ ଜଙ୍ଗଲ ଜଳି ସାରିଛି ଯାହା ରେକର୍ଡ଼ ସୃଷ୍ଟି କରିଛି।ଏବେ ସୁଦ୍ଧା ପାହାଡ଼ିଆ ଅଞ୍ଚଳରେ ୫୦ରୁ ଅଧିକ ଥର ନିଆଁ ଲାଗି ସାରିଛି।

ଏଥିରେ  ଅଲମୋଡ଼ା,ତ୍ୟୁନି,ଉତ୍ତରକାଶୀ,ଚମୋଲି,ପୌଡ଼ି ଆଦି ସାମିଲ ରହିଛି। ଏସବୁ କାରଣରୁ ପାଖାପାଖି ୨ଲକ୍ଷରୁ ଅଧିକ ବନ ସମ୍ପଦର କ୍ଷତି ହୋଇସାରିଛି। ଏବର୍ଷ ଫେବୃୟାରୀ ୧୫ରୁ ଜୁନ୍ ୧୫ ଯାଏଁ ୧୩୫ଥର ୧୭୨ ହେକ୍ଟର ଜଙ୍ଗଲ ଜଳିଥିଲା।ଅଧିକାଂଶ ଅଞ୍ଚଳରେ ସେପ୍ଟେମ୍ବର ମାସରୁ ବର୍ଷା ହୋଇନାହିଁ। ପାହାଡ଼ିଆ ଅଞ୍ଚଳରେ ଧୁ ଧୁ ଖରା ହେଉଛି। ଏହି କାରଣରୁ ପାଗ ଶୁଖିଲା ହୋଇଯାଇଛି।

ଏହି କାରଣରୁ ଜଙ୍ଗଲରେ ଆର୍ଦ୍ରତା ନାହିଁ। ଏହା ବ୍ୟତୀତ ଲକଡାଉନ୍ ପରେ ଲୋକଙ୍କ ସକ୍ରିୟତା ହଠାତ୍ ବଢ଼ିବାରେ ଲାଗିଛି। ଘାସ ପାଇବା ପାଇଁ ମଧ୍ୟ ଜଙ୍ଗଲରେ ଶୁଖିଲା ପତ୍ର ଜଳାଇ ଦିଆଯାଉଛି।ଉତ୍ତରାଖଣ୍ଡରେ ଅକ୍ଟୋବର ୧ତାରିଖରୁ ଏବେ ସୁଦ୍ଧା ଗଢ଼ଓ୍ବାଲର ଜଙ୍ଗଲରେ ୫୮ଥର ଏବଂ କୁମାଉଁ ଜଙ୍ଗଲରେ ୧୧ଥର ଜଙ୍ଗଲ ଜଳିଛି।ଏପରି ପରିସ୍ଥିତିରେ ବନ ବିଭାଗ ଜଙ୍ଗଲର ନିଆଁ ଲିଭାଇବା ପାଇଁ ଅଗ୍ନି ପ୍ରଶମନର ଉପାୟ ଲାଗୁ କରି ଦେଇଛି। ଉତ୍ତରାଖଣ୍ଡରେ ଏଥର ସେପ୍ଟେମ୍ବର-ଅକ୍ଟୋବର ମାସରେ ବର୍ଷା ନହେବାରୁ ଜଙ୍ଗଲ ଶୁଖି ଯାଇଛି।

By amfnews

Related Post