Sat. Mar 7th, 2026

ଉତ୍ତରପ୍ରଦେଶରେ ନିର୍ବାଚନୀ ହିଂସା: ନିର୍ବାଚନ ଅଧିକାରୀଙ୍କୁ ବାଡ଼େଇଲେ ବିଜେପି କର୍ମୀ

343 Views

ମୋରଦାବାଦ୍‌: ଉତ୍ତରପ୍ରଦେଶର ମୋରଦାବାଦ୍‌ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମୋରଦାବାଦଠାରେ ୨୩୧ ନମ୍ବର ବୁଥ୍‌ରେ ଥିବା ଜଣେ ନିର୍ବାଚନ ଅଧିକାରୀଙ୍କୁ ଜଣେ ବିଜେପି କର୍ମୀ ବାଡ଼େଇଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ନିର୍ବାଚନ ଅଧିକାରୀ ଜଣକ ଜଣେ ମତଦାତାଙ୍କୁ ସମାଜବାଦୀ ପାର୍ଟିର ସାଇକେଲ୍‌ ଚିହ୍ନରେ ଭୋଟ୍‌ ଦେବାକୁ କହିଥିଲେ। ନିର୍ବାଚନ ଅଧିକାରୀ ଜଣକ ନିୟମ ଭଙ୍ଗ କରି ନିର୍ବାଚନ ଦିନରେ ମତଦାତାଙ୍କୁ ଭୋଟ୍‌ ମାଗୁଥିବା ଦେଖି ରାଗି ଯାଇଥିଲେ ଉପସ୍ଥିତ ଥିବା ବିଜେପି କର୍ମୀ। ଶେଷରେ ସେ ନିର୍ବାଚନ ଅଧିକାରୀଙ୍କ ଉପରୁ ହାତ ଉଠାଇଥିବା ଜାଣିବାକୁ ମିଳିଛି।

Embedded video

ANI UP

@ANINewsUP

Moradabad: BJP workers beat an Election Official at booth number 231 alleging he was asking voters to press the ‘cycle’ symbol of Samajwadi party

ଉଲ୍ଲେଖଯୋଗ୍ୟ, ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗରେ ବି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ମୁରସିଦାବାଦ୍‌ସ୍ଥିତ ଡୋମକଲ୍‌ ମୁନିସିପାଲଟି ଠାରେ ଏକ ବୋମା ମାଡ଼ରେ ୩ ଜଣ ତୃଣ ମୂଳ କଂଗ୍ରେସ(ଟିଏମ୍‌ସି) କର୍ମୀ ଆହତ ହୋଇଥିବା ସୂଚନା ରହିଛି।

By amfnews

Related Post