Sun. Sep 29th, 2024

ଉତ୍ତରପ୍ରଦେଶରେ କରୋନା: ଗୋଟିଏ ଗାଁରେ ୧୫ ଦିନରେ ୩୦ ଜଣଙ୍କ ମୃତ୍ୟୁ!

By amfnews May 3, 2021 #Featured
176 Views

କାନପୁର, ମେ ୦୩ : ଉତ୍ତର ପ୍ରଦେଶର ଶିଳ୍ପନଗରୀ କାନପୁର ଠାରୁ ୫୦ କିଲୋମିଟର ଦୂରରେ ଥିବା ଘାଟମପୁରର ପରାସ ଗାଁରେ କରୋନା ଖେଳୁଛି । ଏହି ଗାଁର ଲୋକ ସଂଖ୍ୟା ୧୦ ହଜାର । କରୋନା କାରଣରୁ ପୂରା ଗାଁରେ ଭୟ ଦେଖାଯାଇଛି । ପ୍ରତ୍ୟେକ ମଣିଷଙ୍କ ମନରେ କରୋନା ଭୟ ଲାଗି ରହିଛି । କାରଣ ବିଗତ ୧୫ ଦିନ ଭିତରେ ଏହି ଗାଁରେ ୩୦  ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । 

କାହାରିକୁ ୨ ଦିନ ପୂର୍ବରୁ ଅଚାନକ ଜ୍ୱର ହୋଇଛି । ଅଚାନକ ସ୍ୱାସ୍ଥ୍ୟ ବିଗିଡ଼ିଛି । ଶ୍ୱାସ କ୍ରିୟାରେ ଅସୁବିଧା ହେଉଛି । ହସ୍ପିଟାଲ ନେବା ବାଟରେ ମଧ୍ୟ କିଛି ରୋଗୀଙ୍କର ମୃତ୍ୟୁ ହୋଇଛି । ରାକେଶ ସବିତା ନାଁରେ ଜଣେ ମହିଳାଙ୍କୁ ଜ୍ୱର ହେବାର ଅଳ୍ପ ସମୟରେ ମୃତ୍ୟୁ ହୋଇଛି । ରାକେଶଙ୍କ ପୁତୁରା ହସ୍ପିଟାଲରେ ଅବ୍ୟବସ୍ଥାର କାରଣ ମୃତ୍ୟୁ ବୋଲି ଗଣମାଧ୍ୟମକୁ କହିଛନ୍ତି । 

By amfnews

Related Post