Thu. Dec 26th, 2024

ଉତ୍ତରପ୍ରଦେଶ: ସହିଦ ପରିବାରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଦେବେ ୫୦ ଲକ୍ଷ ଟଙ୍କା ସହାୟତା

By amfnews Dec 4, 2018
289 Views

ଲଖନଉ, ଡିସେମ୍ବର ୦୪ : ଉତ୍ତର ପ୍ରଦେଶରରେ ହିଂସା ଯୋଗୁଁ ମୃତ୍ୟୁ ହୋଇଥିବା ଇନସପେକ୍ଟର ସୁବୋଧ କୁମାର ସିଂହଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କ୍ଷତିପୂରଣ ବାବଦରେ ୪୦ ଲକ୍ଷ ଟଙ୍କା ଦେବେ । ସେହିପରି ସୁବୋଧଙ୍କ ପିତାମାତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି । ଦୁଇ ଜଣ ଡାକ୍ତର ପେନାଲ ସୁବୋଧଙ୍କ ମୃତଦେହକୁ ପୋଷ୍ଟମର୍ଟମ କରିଛନ୍ତି । ପୋଷ୍ଟମର୍ଟମରୁ ଜଣାପଡ଼ିଛି ଯେ, ସୁବୋଧର ମୁଣ୍ଡରୁ ୩୨ଏମଏମ ଗୁଳି ମିଳିଛି । ଏହା ବ୍ୟତୀତ ତାଙ୍କର ମୁଣ୍ଡ, କାନ୍ଧ, ଆଣଣ୍ଠୁ ସମେତ ଅନ୍ୟ କିଛି ସ୍ଥାନରେ ଠେଙ୍ଗା ମାଡ଼ର ଚିହ୍ନ ମିଳିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଦର୍ଶନକାରୀମାନେ ସୁବୋଧ କୁମାରଙ୍କ ଠାରୁ ସରକାରୀ ପିସ୍ତଲ ଏବଂ ୩ ମୋବାଇଲ ଲୁଟି ନେଇଛନ୍ତି ।

ସୂଚନାଯୋଗ୍ୟ ଇନସପେକ୍ଟର ସୁବୋଧ କୁମାର ଅଖଲାକ ତହ୍ୟାକାଣ୍ଡର ତଦନ୍ତକାରୀ ଅଧିକାରୀ ଥିଲେ । ସେ ଯେତେବେଳେ ଜାରଜା ଥାନା ପ୍ରଭାରୀ ଥିଲେ, ସେହି ସମୟରେ ଅଖଲାକ ହତ୍ୟାକାଣ୍ଡର ୨ ମାସ ପର୍ଯ୍ୟନ୍ତ ତଦନ୍ତ କରିଥିଲେ । ପରେ ତାଙ୍କର ବଦଳି ହୋଇଥିଲା । ଏହି ସମୟରେ ଗ୍ରେଟର ନୋଏଡା କୋର୍ଟ ଜାରଚା ଥାନାକୁ ଆଦେଶ ଦେଇଥିଲା ଯେ, ପ୍ରଥମେ ସେ ମାମଲା ରୁଜୁ କରନ୍ତୁ ପରେ ଯାଞ୍ଚ ରିପୋର୍ଟ ଜମା କରନ୍ତୁ । ସେ ଏହି ମାମଲାରେ ୨୦୧୫ ସେପ୍ଟେମ୍ବର ୨୮ରୁ ନଭେମ୍ବର ୯ ଯାଏଁ ତଦନ୍ତକାରୀ ଅଧିକାରୀ ଥିଲେ । ବର୍ଷ ୨୦୧୬ ମାର୍ଚ୍ଚରେ ଅନ୍ୟ ଜଣେ ତଦନ୍ତକାରୀ ଅଧିକାରୀ ଚାଜସିଟ ଫାଇଲ କରିଥିଲେ ।

ରାଜ୍ୟ ସରକାର ଏହି ମାମଲାର ତଦନ୍ତ ପାଇଁ ଏଡିଜି ଇଣ୍ଟେଲିଜେନ୍ସକୁ ଦାୟିତ୍ୱ ଦେଇଛି, ଯିଏକି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବ । ଏଥି ସହିତ ମେରଠ ରେଞ୍ଜର ମହାନୀରିକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି ଟିମ ଗଠନ କରାଯାଇଛି । ବୁଲନ୍ଦସହରରେ ହୋଇଥିବା ଘଟଣାରେ ୫ଜଣ ପୋଲିସ କର୍ମଚାରୀ ଏବଂ କିଛି ଲୋକ ଆହତ ହୋଇଛନ୍ତି । ଏହି ହିଂସାରେ ପାଖାପାଖି ୪୦୦ ଲୋକ ସାମିଲ ଥିଲେ, ଯେଉଁମାନେ ୧୫ ଗାଡିରେ ନିଆଁ ଲଗାଇ ଦେଇଥିଲେ ।

By amfnews

Related Post