125 Views
ଲକ୍ଷ୍ନୌ, ଅଗଷ୍ଟ ୧୭ : ଉତ୍ତରପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ସଦସ୍ୟ ଚେତନ ଚୌହାନଙ୍କ ପରଲୋକ ହୋଇଯାଇଛି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି । ଗତ ଏକ ମାସ ଧରି ଚେତନ ଚୌହାନ କରୋନାରେ ସଂକ୍ରମିତ ହୋଇ ଲକ୍ଷ୍ନୌର ମେଦାନ୍ତ ହସପିଟାଲରେ ଚିତ୍କିସିତ ହେଉଥିଲେ । ଶନିବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ।
ରବିବାର ସନ୍ଧ୍ୟାରେ ମେଦାନ୍ତ ହସ୍ପିଟାଲରେ ଚେତନ ଚୌହାନଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଦୁଃଖଦ ଖବର ଜଣାପଡିବା ପରେ ମୋରଡାବାଦର ମୁଣ୍ଡାପାଣ୍ଡେ ଗାଁରେ ଥିବା ତାଙ୍କ ପୈତୃକ ଘରେ ଶୋକର ଲହରି ଖେଳିଯାଇଛି । ନିଜ ପ୍ରିୟ ନେତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଅଞ୍ଚଳର ଲୋକମାନେ ମଧ୍ୟ ସେଠାରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଏଥିସହ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ ।