Sun. Mar 8th, 2026

ଉତ୍ତର ବ୍ରାଜିଲ୍‌ର ବାର୍‌ରେ ୧୧ ଜଣଙ୍କୁ ହତ୍ୟା କଲେ ସଶସ୍ତ୍ର ଆତତାୟୀ

295 Views

ସାଓ ପାଓଲା : ରବିବାର ଦିନ ଉତ୍ତର ବ୍ରାଜିଲୀୟ ସହର ବେଲିମ୍‌ସ୍ଥିତ ଏକ ବାର୍‌ରେ ଦଳେ ସଶସ୍ତ୍ର ଆତତାୟୀ ପ୍ରବେଶ କରି ଗୁଳି ଚଳାଇବାରୁ ୧୧ ଜଣ ବ୍ୟକ୍ତି ନିହତ ହୋଇଛନ୍ତି ଓ ଜଣେ ଆହତ ହୋଇଛନ୍ତି।

ମୁହଁ ଲୁଚାଇବାକୁ ମୁଖା ପରିଧାନ କରିଥିବା ସଶସ୍ତ୍ର ଦଳ କାର୍‌ ଏବଂ ମୋଟରସାଇକେଲ୍‌ରେ ପହଞ୍ଚି ଗୁଳି ଚଳାଇବାରୁ ଛଅ ଜଣ ମହିଳା ଏବଂ ପାଞ୍ଚଜଣ ପୁରୁଷ ନିହତ ହୋଇଛନ୍ତି। ଅପରାଧର ସମ୍ଭାବ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ କିଛି ସୂଚନା ମିଳି ନାହିଁ ଏବଂ ରବିବାର ସନ୍ଧ୍ୟା ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ। ମୃତବ୍ୟକ୍ତିମାନଙ୍କର ପରିଚୟ ମଧ୍ୟ ଦିଆଯାଇନାହିଁ।

ଠିକ୍‌ ଗୁଳିକାଣ୍ଡ ପରେ ଉତ୍ତୋଳନ କରାଯାଇଥିବା ଭିଡିଓ ଯାହା ସାମାଜିକ ଗଣମଧ୍ୟମରେ ପୋଷ୍ଟ୍‍ କରାଯାଇଛି ସେଥିରେ ଦେଖାଯାଉଛି ନିହତ ବ୍ୟକ୍ତିମାନେ ତଳେ ପଡ଼ିଛନ୍ତି ଓ ବାର୍‌ କାଉଣ୍ଟର୍‌ରେ ଜଣେ ମୃତା ମହିଳା ଢଳି ପଡ଼ିଛନ୍ତି।ହତ୍ୟାକାଣ୍ଡ ଗୁଆମା ନିକଟରେ ଘଟିଛି। ବେଲିମ୍‌ ମେଟ୍ରୋପଲିଟାନ୍‌ରେ ଥିବା ସାତଟି ଭୟାବହ ଅଞ୍ଚଳରୁ ସମ୍ପୃକ୍ତ ସ୍ଥାନ ଅନ୍ୟତମ।

By amfnews

Related Post