Sat. Mar 7th, 2026

ଉତ୍ତର କୋରିଆ ପରୀକ୍ଷା କଲା ନୂଆ ‘ଉଗ୍ରଆଧୁନିକ ସାମରିକ ଅସ୍ତ୍ର’

208 Views

ସିଓଲ, ୧୬/୧୧: ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ନୂଆ କରି ବିକଶିତ କରାଯାଇଥିବା ଉଗ୍ରଆଧୁନିକ ସାମରିକ ଅସ୍ତ୍ର ପରୀକ୍ଷଣ ତଦାରଖ କରିଥିବା କଥା ପିୟୋଙ୍ଗ୍ୟାଙ୍ଗ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ଶୁକ୍ରବାର ଦିନ କହିଛି।

ଆଣବିକ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ବିଷୟରେ ଓ୍ଵାସିଂଟନ୍‌ ସହ ସୂକ୍ଷ୍ମ କୂଟନୀତି ଆରମ୍ଭ କରିବାର ପ୍ରାୟ ବର୍ଷକ ପରେ ଏଇଟା ଅସ୍ତ୍ର ପରୀକ୍ଷା କରିଥିବାର ପ୍ରଥମ ଆନୁଷ୍ଠାନିକ ଖବର ବୋଲି ଜଣାପଡ଼ିଛି।

ରାଷ୍ଟ୍ରାୟତ କୋରିୟାନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି କହିଛି: କିମ୍‌ ଜୋଙ୍ଗ୍‌ ଉନ୍‌ ଏକାଡେମି ଅଫ୍‌ ଡିଫେନ୍‌ସ୍‌ ସାଇନ୍‌ସ୍‌ ପରୀକ୍ଷାସ୍ଥଳ ପରିଦର୍ଶନ କରି ନୂଆ କରି ବିକଶିତ ଉଗ୍ରଆଧୁନିକ ସାମରିକ ଅସ୍ତ୍ର ପରୀକ୍ଷା ତଦାରଖ କରିଛନ୍ତି।

ପରୀକ୍ଷା ସଫଳ ହୋଇଥିବା କଥା କୁହାଯାଇଥିଲେ ମଧ୍ୟ ତାହା କେଉଁ ପ୍ରକାରର ଅସ୍ତ୍ର ଥିଲା ସେ ସମ୍ପର୍କରେ କିଛି କୁହାଯାଇ ନାହିଁ।ଏଥିରେ ବ୍ୟବହୃତ ସାମରିକ ଶବ୍ଦରୁ ଜଣାପଡୁଛି ଯେ ଏଥିରେ ଲଙ୍ଗ୍‌-ରେଞ୍ଜ୍‌ ବାଲିଷ୍ଟିକ୍‌ ରକେଟ୍‌ କିଂବା ଆଣବିକ ଅସ୍ତ୍ର ସମ୍ପୃକ୍ତ ନ ଥିବ। ଏ ଭଳି କୌଣସି ପରୀକ୍ଷା ହୋଇଥିବା କଥା ହଠାତ୍‌ ଦକ୍ଷିଣ କୋରିଆ ମଧ୍ୟ କହି ନାହିଁ।

By amfnews

Related Post