Sat. Mar 7th, 2026

ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

360 Views

ରାଉରକେଲା, ୪ା୯ : ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନର କାର୍ଯ୍ୟକାରିଣୀ ସିଭିକ ସେଣ୍ଟରରେ ଅନୁଷ୍ଠିତ ହୋଇଛି । ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ମଦନ ପାଣି, ବିଶ୍ୱଜିତ ପଟ୍ଟନାୟକ, ବଣେଇ ସାମ୍ବାଦିକ ସଂଘର ସଭାପତି ପ୍ରଦୀପ ତ୍ରିପାଠୀ, ଭଦ୍ରକ ସଭାପତି ରବିନାରାୟଣ ଖିଲାର, କୋଷାଧ୍ୟକ୍ଷ ରାଜନ ଚୌଧୁରୀ, ସ୍ଥାନୀୟ ଆସୋସିଏସନର ଉପଦେଷ୍ଟ ଶିବଶରଣ ମିଶ୍ର, ସଭାପତି ବିରଞ୍ôଚ ନାରାୟଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।

ଏହି ଅବସରରେ ପେସାଗତ ସାମ୍ବାଦିକଙ୍କ ପାଇଁ ସାମାଜିକ ସୁରକ୍ଷା, ସାଂଗଠନିକ ଦକ୍ଷତା, କ୍ରିୟାଶିଳତା, ଅବସରକାଳୀନ ଭତ୍ତ, ସାମ୍ବାଦିକ ଏକାଡେମୀ ସ୍ଥାପନ ତଥା ସାମ୍ବାଦିକ ସୁରକ୍ଷା ଆଇନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶିବରାମ ପାତ୍ର, ଉପସଭାପତି କୁଞ୍ଜବିହାରୀ ରାଉତ, ଗନ୍ଧୁର ଓରାମ, ଅମିତ ବାରା, ଝାରସୁଗୁଡାର ଜଗଦିଶ ପୁରୋହିତ, ପ୍ରଭାତ ମିଶ୍ର, ବସନ୍ତ ପଟ୍ଟନାୟକ ରାଧାକାନ୍ତ ମିଶ୍ର, ଶିବବ୍ରତ ଦାସ, ହିମାଂଶୁ ଗଡନାୟକ, ରଜନୀକାନ୍ତ ମିଶ୍ର, ସୁବାଷ ସୂର୍ଯ୍ୟ, ପ୍ରଦୀପ ମହାପାତ୍ର, ବାଲେଶ୍ୱରର ବ୍ରହ୍ମାନନ୍ଦ ସ୍ୱାଇଁ, ବିମଳେନ୍ଦୁ ସ୍ୱାଇଁ, ସୁଶାନ୍ତ ମହାରଣା, ଚୈତନ୍ୟ ବାବୁ, ଅନୀଲ ପଟ୍ଟନାୟକ, ବିଶ୍ୱଜିତ ପଟ୍ଟନାୟକ, ପ୍ରଦୀପ ତ୍ରିପାଠୀ, ଦୀପକ ମିଶ୍ର, ଶ୍ରୀକାନ୍ତ ଖଟେଇ, ହୁଲେଶ୍ୱର ହଂସଙ୍କ ସମେତ ୨୨ଟି ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

By amfnews

Related Post